ଟିଭି ମେକାନିକଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବଜାର ଅଞ୍ଚଳରେ ରହି ଆସୁଥିବା ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କନିସି ପଞ୍ଚାୟତର ରାମ ମୁର୍ତ୍ତି ଆଚାରି ( ୫୦) । ରାମ ମୁର୍ତି ଗଞ୍ଜାମ ଜିଲ୍ଲାରୁ ଆସି ଟିକାବାଲି ଖଦାଳ ସାହିରେ ଦିର୍ଘ ୩୦ ବର୍ଷରୁ ଉଦ୍ଧ ହେବ ଘରଭଡ଼ା ନେଇ ସ୍ତ୍ରୀ ଭାରତି ଆଚାରୀ ଦୁଇପୁଅ ଗୋଟାଏ ଝିଅ ସହିତ ରହୁଥିଲେ । ରାମ ମୁର୍ତି ଆଚାରୀ ଟିଭି ରେଡ଼ିଓ ମେକାନିକ ଭାବରେ ହରି ଓମ୍ ବୋଲି ଟିକାବାଲି ଅଞ୍ଚଳରେ ବେଶ ପରିଚିତ ଥିଲେ ଏବଂ ପର ଉପକାରି ଥିଲେ । କିଛି ବର୍ଷ ତଳେ ରାମମୂର୍ତ୍ତି ଓ ତାଙ୍କ ସ୍ତ୍ରୀ ଭାରତି ଆଚାରୀ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ହେଲେ ରାମ ମୁର୍ତି ସ୍ତ୍ରୀ ପିଲାଛୁଆଙ୍କୁ ଅଲାଗା କରି ଏକୁଟିଆ ଭଡ଼ାଘରେ ରହୁଥିଲା । ଭାରତି ଦୁଇପୁଅ ଗୋଟାଏ ଝିଅକୁ ଧରି କନିସି ଚାଲିଯାଇଥିଲେ । ରାମ ମୁର୍ତି ପରିବାର ଚିନ୍ତାରେ ଦୋକାନ ବନ୍ଦକରି ମାନସିକ ଚାପରେ ପାଗଳ ହୋଇ ବଜାର ଅଞ୍ଚଳରେ ଦିର୍ଘ ଦିନ ହେବ ବୁଲୁ ଥିଲେ l ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଥିଲେ I କିଛିଦିନ ହେବ ତାଙ୍କ ଦେହ ଫୁଲି ଯାଇଥିବାରୁ ଅସୁସ୍ଥ ଥିଲେ। ରବିବାର ଦିନ ବଜ଼ାର ରେ ଥିବା ତ୍ରୀନାଥ ମନ୍ଦିର ସାମ୍ନାରେ ବନ୍ଦ୍ ରହିଥ‌ିବା ଗୋଟାଏ ଦୋକାନ ପିଣ୍ଡାରେ ଦୀର୍ଘ ସମୟ ଧରି ପଡିରହି ଥିବାରୁ ସ୍ଥାନୀୟ ଲୋକମାନେ ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତେବେ ଡାକ୍ତର ମୃତ ଘୋଷଣା କରିଥିଲେ । ରାମ ମୁର୍ତିଙ୍କ ସ୍ତ୍ରୀ ଙ୍କୁ ଫୋନ୍‌ କରିବା ପରେ ଖବର ପାଇ ରାମୁମୁର୍ତିଙ୍କ ସ୍ତ୍ରୀ ଟିକାବାଲି ମେଡିକାଲରେ ପହଞ୍ଚିଥିଲା। ଏନେଇ ରାମୁ ମୁର୍ତି ଙ୍କ ବଡ଼ ପୁଅ ସୁଭ୍ରମଣି ଆଚାରୀ ଟିକାବାଲି ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଥାନା ଅଧିକାରୀଣୀ ପ୍ରଜ୍ଞା ରୀତମ୍ଭରା କର ନିର୍ଦ୍ଦେଶକ୍ରମେ ଏସ୍ ଆଇ ରବିନ୍ଦ୍ର ହେମ୍ବ୍ରମ, ଏସ୍ ଆଇ ଅବନି କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି କେସନଂ. ୧୧/୨୫ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥ‌ିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.