ରେଲୱେ ଟ୍ରାକରେ ଡ୍ରାଇଭରଙ୍କ ମୃତ ଦେହ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୁଆ ରେଲୱେ ଓଭର ବ୍ରିଜ ନିକଟରେ ଥିବା ରେଳୱେ ଟ୍ରାକରେ ପଡ଼ିରହିଛି ଡ୍ରାଇଭରଙ୍କ ଖଣ୍ଡ ବିଖଣ୍ଡିତ ମୃତ୍ୟୁ ଦେହ। ଡ୍ରାଇଭର ଜଣକ ହେଲେ ଟିଙ୍କୁ ସେଠ। ସୂଚନା ମୁତାବକ ସେ ସଇଁତଳା ଅଞ୍ଚଳର ଏକ ମେଡିସିନ ଦୋକାନ ମାଲିକଙ୍କ ଗାଡି ଚଳାଉଥିବା ବେଳେ କୌଣସି କାରଣରୁ ତାଙ୍କୁ ମାଲିକ କାମରୁ ବହିସ୍କାର କରିଥିଲେ। ପରେ ଏନେଇ ଗାଡ଼ି ମାଲିକଙ୍କ ସ୍ତ୍ରୀ ଶିକ୍ଷୟତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଏକ ଫଟୋ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୃତ୍ୟୁ ହୋଇଥିବା ସାମାଜିକ ଗଣମାଧ୍ୟାମରେ ଭାଇରାଲ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.