ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷାର ଗୁଣବତ୍ତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଓ ଏହାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ଵନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳା ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୁଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦକ୍ଷ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ,ସମସ୍ତ କ୍ଲଷ୍ଟର ସଂଯୋଜକ ଏବଂ ଶିକ୍ଷାବିତ ମାନେ ସକ୍ରିୟ ଭାଗ ନେଇ ଚାର୍ଟ ପେପର୍, ରଙ୍ଗିନ କାର୍ଡ, ମାଟି, ଫ୍ଲାସ ବୋର୍ଡ, ନଡ଼ିଆ କତା, ଉଲ୍, ଖେଳ ଆଧାରିତ ବସ୍ତୁ, ଅବ୍ୟବହୃତ ବସ୍ତୁ ଇତ୍ୟାଦି ବ୍ୟବହାର କରି ବିଭିନ୍ନ ବିଷୟ ଓ ଶ୍ରେଣୀ ଅନୁଯାୟୀ ଦୃଶ୍ୟ ଓ ସ୍ପର୍ଶ ଆଧାରିତ ଶିକ୍ଷା ସାମଗ୍ରୀ ପ୍ରସ୍ତୁତି ଶିଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ତାଙ୍କର ପ୍ରସ୍ତୁତିକୃତ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମକୁ ସିଆସିସି ମନୋଜ କୁମାର ସାହୁ ଓ କୁମାର ଗୌରବ ପରିଡ଼ା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.