ଦାଦନ ରୋକିବାରେ ସଂପୂର୍ଣ୍ଣ ବିଫଳ ରାଜ୍ୟ ସରକାର -ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ଏକ ଗ୍ରାନାଇଟ ପଥର ଖଣିରେ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ନିରିହ ଶ୍ରମିକମାନେ ପ୍ରାଣ ହରାଇବା ଘଟଣା ରାଜ୍ୟ ସରକାରଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦେଶ କରୁଛି। ରାଜ୍ୟ ସରକାର ଦାଦନ ରୋକିବାରେ ସମ୍ପୂର୍ଣ ବିଫଳ ହୋଇଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଦାଦନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାର ଟାସ୍କ ପୋର୍ସ ଗଠନ କଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି କମିଟିର ଅଧ୍ୟକ୍ଷ ରହିଥିଲେ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ଟାସ୍କଫୋର୍ସ ସଦସ୍ୟ ରହିଥିଲେ। ଏହି ଟାସ୍କଫୋର୍ସ ଦାଦନ ସମସ୍ୟା ଦୂର କରିବାକୁ ବିଭିନ୍ନ କାର୍ଯପନ୍ଥା ସ୍ଥିର କରିବାର ଥିଲା। ପ୍ରତି ୬ ମାସରେ ଅନ୍ୟୁନ ଥରେ ଟାସ୍କ ପୋର୍ସ ବୈଠକ କରି ଦାଦନ ଦୂରୀକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ରିଭିୟୁ କରାଯିବା କଥା କିନ୍ତୁ ବିଡମ୍ବନାର ବିଷୟ ଟାସ୍କ ଫୋର୍ସ ଗଠନ ହେବାକୁ ପାଖାପାଖ ଗୋଟିଏ ବର୍ଷ ହେଲାଣି କିନ୍ତୁ ସରକାର ସେଉଳି କୌଣସି ଆଖି ଦୁର୍ଷିଆ ପଦକ୍ଷେପ ନେଇଥିବା ଦେଖ‌ିବାକୁ ମିଳିନାହିଁ। ଟାସ୍କଫୋର୍ସ ଗଠନର ଗୋଟିଏ ସପ୍ତାହ ମଧ୍ୟରେ ଥରେ ବୈଠକ ବସିଥିଲା, ଏହାପରେ ଆଉ ବୈଠକ ବସିନାହିଁ। ବିଧାନ ସଭାରେ ଶ୍ରମ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ଏବଂ ଦେଶ ବାହାରକୁ କାମ କରିବାକୁ ଯାଇ ୨୦୭ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏଥିରେ ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ ମୃତ ଦାଦନଙ୍କ ସଂଖ୍ୟା ସର୍ବଧିକ। ଦାଦନ ଖଟିବାକୁ ଯାଇ ଗଞ୍ଜାମ ଜିଲ୍ଲାରୁ ୪ ୯ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗିରରୁ ୨୩ ଜଣ ଶ୍ରମିକଙ୍କ ପ୍ରାଣ ହରାଇଛନ୍ତି। ସେହିପରି କଳାହାଣ୍ଡି ଓ କନ୍ଧମାଳରେ ୧୭ ଜଣ ଲେଖାଏଁ ଶ୍ରମିକଙ୍କ ଜୀବନ ଯାଇଛି। ବିକଶିତ ଓଡିଶା ନାରା ଦେଉଥିବା ଭାଜପା ସରକାର ଓଡିଶାକୁ ଦାଦନ ମୁକ୍ତ କରିବାରେ ବିଫଳ ହୋଇଛି। ଦାଦନ ମୁକ୍ତ ଓଡିଶା ପାଇଁ ଗଠିତ ହୋଇଥିବା ଟାସ୍କ ଫୋର୍ସକୁ କ୍ରିୟାଶୀଳ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.