ବେନଗାଁ ଏସ୍‌ବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେନଗାଁ ଶାଖା ପକ୍ଷରୁ ଦୁଇ ଜଣ ହିତାଧୁକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରଯାଇଅଛି। ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ବେନଗାଁ ଶାଖା କାର୍ଯ୍ୟାଳୟରେ ଦୁଇ ହିତାଧିକାରୀ ଖମାରି ଗାଁର ଶଙ୍କର ଦୋରା ଓ ସାହାଜପଡ଼ା ଗାଁର ଗୀତା ସାହୁଙ୍କୁ ବ୍ୟାଙ୍କ ପରିଚାଳକ ଜଗନ୍ନାଥ ଗମାଙ୍ଗ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶିର ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ବେନଗାଁ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ଜଗନ୍ନାଥ ଗମାଙ୍ଗ, ସିଇଓ ଯୋନି ମାଝୀ, ଫିଲଡ଼ ଅଫିସର ସଂଜୀବ କୁମାର ମାଝୀ, ମହେନ୍ଦ୍ର ଦୋରା, ହରିଶ ଚନ୍ଦ୍ର ନାଏକ, ମନୋଜ କୁମାର ମାଝୀ, ମିଶ୍ର ମାଝୀ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସୁଚନାଯୋଗ୍ୟ ଯେ, ବେନଗାଁ ପଞ୍ଚାୟତର ଖମାରି ଗାଁର ଯୋଶଦା ଦୋରା ଓ ବିଜେପୁର ପଞ୍ଚାୟତ ସାହାଯପଡ଼ାର ଶଶୀ ସାହୁ ବେନଗାଁ ବ୍ୟାଙ୍କ ଶାଖାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ପାଇଁ ୩୩୦ ଟଙ୍କା ମାତ୍ର ଜମା କରି ବୀମା ଅନ୍ତର୍ଭୁକ୍ତ ହୋଇଥିଲେ।ତାଙ୍କର ପରଲୋକ ହୋଇଥିବାରୁ ସ୍ବର୍ଗତ ଯଶୋଦା ଦୋରାଙ୍କ ସ୍ୱାମୀ ଶଙ୍କର ଦୋରା ଓ ସ୍ବର୍ଗତ ଶଶୀ ସାହୁଙ୍କ ପତ୍ନୀ ଗୀତା ସାହୁ ଉକ୍ତ ବୀମାର ଅର୍ଥରାଶି ପାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.