ଆସ ସ୍କୁଲ୍ ଯିବା ଅଭିଯାନ: ମୁଖ୍ୟସ୍ରୋତରେ ସାମିଲ ହେଲେ କର୍କାମସ୍କା ଗ୍ରାମର ୩୬ ଜଣ ଆଦିବାସୀ ଶିଶୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ କର୍କାମସ୍କା ଗ୍ରାମର ୩୬ ଜଣ ଆଦିବାସୀ ଶିଶୁଙ୍କୁ ରାଜ୍ୟ ସରକାରଙ୍କ “ଆସ ସ୍କୁଲ୍ ଯିବା” ଅଭିଯାନ ଅଧୀନରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଯାଇଛି। ଏହି ଶିଶୁମାନଙ୍କ ମଧ୍ୟରୁ ବାଲିସରା ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣଙ୍କ ନାମଲେଖା କରାଯାଇଛି ଏବଂ ୬ ଜଣଙ୍କୁ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପାଇଁ ଯୋଜନା କରାଯାଇଛି। 

ଦୁର୍ଗମ ଓ ପଛୁଆ ଲାଞ୍ଜିଗଡ଼ ବ୍ଲକରେ ଦାରିଦ୍ର୍ୟ, ପରିବହନ ସମସ୍ୟା, ମୌଳିକ ସୁବିଧାର ଓ ସଚେତନତାର ଅଭାବ ଯୋଗୁଁ ଅନେକ ଶିଶୁ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। କର୍କାମସ୍କା ଗ୍ରାମରେ ଏହି ଉଦ୍ୟମ ଶିକ୍ଷାର ଆଲୋକ ସମସ୍ତଙ୍କ ପାଇଁ ପାଖରେ ପହଞ୍ଚାଇବା ସହ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।

ଏହି ସଫଳତାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ, ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ, ଗୁଣମଣି ଭୋଇ, ବିନୋଦ ମହାରଣା ଏବଂ ସମାଜସେବୀ ଗୌରାଙ୍ଗ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଘରକୁଘର ଯାଇ ଅଭିଭାବକମାନଙ୍କୁ ବୁଝାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପ୍ରେରଣା ଦେଇଛନ୍ତି। 

ନାମ ଲେଖାଇଥିବା ଶିଶୁମାନଙ୍କ ମଧ୍ୟରେ ଅନନ୍ତ, ଅନାମ, ଅଞ୍ଜଳି, କାର୍ତ୍ତିକ, ଖଗେଶ୍ୱର, ଗୁରା, ଘାସିରାମ, ଜନ୍, ଯୋଗେଶ, ଛିନୁ, ଲଭ୍ଲୀ, ଲାଲୁ, ଲିନା, ଲିଜା, ବାବୁନା, ବାଲୁନ୍, ବିଜୁ, ପବିତ୍ର, ପ୍ରଶାନ୍ତ, ରସନା, ରାଜୀବ, ରଚନା, ସଲୋନୀ, ସମ୍ପୂର୍ଣ୍ଣ, ସୁଗ୍ରୀବ, ସ୍ୱପ୍ନା, ସୂର୍ଯ୍ୟ, ଇଶାନୀ, ମିଥିଳା ଏବଂ ନିକିତା ଅନ୍ୟତମ।

ଏହି ଉଦ୍ୟମ ଶିକ୍ଷାର ଆଲୋକରେ ଗ୍ରାମରେ ସଚେତନ କରିବା ସହିତ ଅନ୍ୟ ଦୁର୍ଗମ ଅଞ୍ଚଳ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.