କୋଦଳା ଖରୁଡ଼ା ସାହି ମାଁ ମହାଲକ୍ଷ୍ମୀ ପୂଜା ସଂପନ୍ନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କୋଦଳାରେ ପ୍ରଥମ ଥର ପାଇଁ ବହୁ ଆଡମ୍ବର ସହିତ ଆରମ୍ଭ ହୋଇଥିବା ମା ମହାଲକ୍ଷ୍ମୀଙ୍କ ପୂଜା ପୂର୍ଣ୍ଣାହୁତି ସହ ସଂପନ୍ନ ହୋଇଛି। ଏହି ଅବସରରେ କଳସ ଯାତ୍ରା, ଏକ କୁଣ୍ଡିଅ ଘୃତ ଯଜ୍ଞ, ପୂଜା, ହୋମ, ଆଳତି ଖଡ଼ୁରାସାହିରେ ଆଧ୍ୟାତ୍ମିକ ପରିବେଶ ଓ ଆନନ୍ଦ ଉଲ୍ଲାସ ସହିତ ହୋଇଥିଲା। ଏକ କୁଣ୍ଡିୟ ବିଶ୍ୱକଲ୍ଯାଣ ଯଜ୍ଞ ପଣ୍ଡିତ ଉପାଶକ ଶ୍ରୀ ସପନ କୁମାର ଶତପଥୀଙ୍କ ତତ୍ବାବଧାନ ରେ ସହଯୋଗୀ ବିଦ୍ଵାନ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ଵନୀ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ଭାବେ ପ୍ରଦୀପ କୁମାର ପାଢ଼ୀ ଓ ତାଙ୍କ ଧର୍ମପତ୍ନୀ ହେମଲତା ପାଢ଼ୀ ଦାଇତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ବର୍ତମାନର ଏନସି ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଓ ତାଙ୍କ ଧର୍ମ ପତ୍ନୀ, ଏବଂ ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ଯୋଗ ଦେଇଥିଲେ। ଆଠ ଦିନଧରି ଚାଲିଥିବା ଏହି ପୂଜାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.