ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ମିଳିତ ବାର୍ଷିକ କ୍ରୀଡା ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲ ପାଲି ଙ୍କ ମିଳିତ ଉଦ୍ୟମରେ ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ ର କ୍ରୀଡା ଉତ୍ସବ ଅନୁଷ୍ଠିତ। ଏହି କ୍ରିଡ଼ା ଉତ୍ସବ ତା୧୯/୧୨/୨୦୨୫ ରିଖ ରେ ଆରମ୍ଭ ହୋଇ ଆଜି ତା ୨୦/୧୨/୨୦୨୫ ରିଖ ପଯ୍ୟନ୍ତ ଚାଲିଥିବା ବେଳେ ପ୍ରଥମ ଦିନରେ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ଵରୀ ପୀଠ ରେ ପୂଜାର୍ଚ୍ଚନା ସାରି ମଶାଳ ଶୋଭାଯାତ୍ରା ବାହାରି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ନିଆଯାଇଥିବା ବେଳେ ସେଠାରେ ସ୍ଥାପନ କରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ରହି ଥିବା ବେଳେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପରିଚାଳନା କମିଟି ର ସଭାପତି ଉମାଶଙ୍କର ଦୀପ, ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର କୁମାର ବେହେରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ, ପ୍ରମୁଖ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ଗୋଷ୍ଠୀ ସାଧନା କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ବର ସାମ୍ବାଦିକ ଶରତ ରାଉତ,ଓ ଅଶ୍ରଫ ଅଲ୍ଲୀ,ସି ଆର୍ ସି ସି ବେଦବର ନିଆଲ, ଉମାଶଙ୍କର ଦୀପ, ଶିକ୍ଷକ ରମାକାନ୍ତ ମାଝୀ, ତ୍ରିନାଥ ନାଏକ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଭୟ ସଭା ର ସଂଯୋଜକ ଭାବରେ ଶିକ୍ଷକ ଅଶ୍ବିନ କୁମାର ତାଣ୍ଡି ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଦେବୀ ପ୍ରସାଦ ସାହୁ,ସହ ଶିକ୍ଷକ କୋଟେଶ୍ବର ରାଓ,ସୂଜିତ କୁମାର ସାହୁ ରଞ୍ଜନ ବରିହା , ଶଶୀଭୂଷଣ ଦଳପତି, ନିବେଦିତା ବାଣୁଆ ଦିବ୍ୟସେନି ଦୁର୍ଗା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.