ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): କେନ୍ଦୁପତ୍ର ବିଭାଗୀୟ ପିସିସିଏଫ ଶ୍ରୀମତୀ ଉମା ନନ୍ଦୁରୀଙ୍କୁ ତାଙ୍କର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ କର୍ମକର୍ତ୍ତା ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି | ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ସଭାପତି ଛବିଳ ମୋହନ ସିଂ ଚିନ୍ଦା, ସାଧାରଣ ସମ୍ପାଦକ ସୁରେଶ ମହାନନ୍ଦ, ଟିଟିଲାଗଡ ଡିଭିଜନ ସମ୍ପାଦକ ସମୀର ପଟ୍ଟନାୟକ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ | ସୁଶୀଳ ଖର୍ସେଲ , ଧୁବଲେଶ୍ୱର ବାରିକ, ବିରଞ୍ଚି ଘିଭେଲା, ନେପାଲ ସା, ବିବେକ ପାତ୍ର, ରାଜେଶ ସା , ବକୁଳ ଧାରୁଆ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ | ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଓ ତୋଳାଳୀ ସଂଘର ରେଜିଷ୍ଟ୍ରେସନ କପି, ୧୨ ମାସର କାର୍ଯ୍ୟ ଦାବିପତ୍ର ଓ ୧୨ ମାସ ପାଇଁ ପ୍ରୋଜେକ୍ଟ ପି.ସି.ସି.ଏଫ. ଶ୍ରୀମତୀ ନନ୍ଦୁରିଙ୍କୁ ପ୍ରଦାନ କରାଯାଇଥିଲା । ସଙ୍ଘ କର୍ମକର୍ତ୍ତାଙ୍କ ସହ ଶ୍ରୀମତୀ ନନ୍ଦୁରି ଆଲୋଚନା କରି ସଙ୍ଘର ଦାବି ଓ ୧୨ ମାସ କାର୍ଯ୍ୟ ପ୍ରୋଜେକ୍ଟକୁ ଗ୍ରହଣ କରିଥିଲେ | ଟେରିଟରିଏଲ୍ ସହିତ କେନ୍ଦୁଲିଫକୁ ସଂଯୋଗ କରାଯିବା, ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରି କେନ୍ଦୁପତ୍ର କର୍ମଚାରୀଙ୍କୁ ୧୨ ମାସର କାର୍ଯ୍ୟ ପ୍ରଦାନ ନେଇ ଶ୍ରୀମତୀ ନନ୍ଦୁରୀ ପ୍ରତିଶ୍ରୁତି ଦେଇଥିବା ସଙ୍ଘ କର୍ମକର୍ତ୍ତାଙ୍କ ସୂତ୍ରରୁ ସୂଚନା ମିଳିଛି ।





