‘ଉଧାରି କରି ଘିଅ ଖାଇବା ନୀତିରେ ଚାଲିଛି ସରକାର’ : ବଜେଟ ଉପରେ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ଚଳିତ ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ। ସେ କହିଛନ୍ତି ଯେ, ଚଳିତ ବଜେଟ ଏକ ଫମ୍ପା ବଜେଟ ଏହା ଅତ୍ୟନ୍ତ ନିରାଶାଜନକ। ଡବଲ୍ ଇଞ୍ଜିନ୍ ସରକାର ଓଡିଶାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅସମର୍ଥ। ଖଣି ଖାଦାନ ଆଉ ପ୍ରାକୃତିକ ସମ୍ପଦରେ ଭରପୁର ଥିବା ଓଡିଶାର ଓଡ଼ିଆ ମାନେ ଆଜି ଭାଜପା ସରକାରରେ ଉପେକ୍ଷିତ ଆଉ ଶୋଶିତ। ଉଧାରି କରି ଘିଅ ଖାଇବା ନୀତିରେ ଚାଲିଛି ସରକାର। ସରକାରଙ୍କ ରାଜ୍ୟ ବିକାଶ ପାଇଁ କୌଣସି ଦୂରଦର୍ଶି ଏଜେଣ୍ଡା ନାହିଁ। ସରକାରଙ୍କ ବଜେଟ କେବଳ ଏକ ଫାଙ୍କା ବାହାସ୍ଫୋଟ। ଆଗରୁ ଋଣ ଭାରରେ ବୁଡ଼ି ରହିଛି ରାଜ୍ୟ।ସରକାରଙ୍କ ଏହି ବଜେଟ ପରେ ଓଡ଼ିଶାର ପ୍ରତ୍ୟେକ ନବଜାତ ଶିଶୁଙ୍କ ଉପରେ ପ୍ରାୟ ୩୦,୦୦୦ ଟଙ୍କା ମୁଣ୍ଡପିଛା ଋଣ ବୋଝ ପଡ଼ିବ। ବିଜେପି ସରକାର ଖୁବ୍ ଶୀଘ୍ର ଓଡ଼ିଶାକୁ ଏକ ଦେବାଳିଆ ରାଜ୍ୟ ଭାବରେ ଦେଶରେ ପରିଚିତ କରାଇବ ଏଥିରେ ସନ୍ଦେହ ନାହିଁ। ଓଡିଶାର ମୋଟ ଋଣ ଭାର ଖୁବ୍ ଶୀଘ୍ର ୧,୩୦,୦୦୦  କୋଟି ଟଙ୍କା ଛୁଇଁବାକୁ ଯାଉଛି। ଏହା ଓଡ଼ିଶା ଉପରେ ଆର୍ଥିକ ଚାପ ପକାଇବ, ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିଯୁକ୍ତି ସହ ବିକାଶ ଗତି ଏବଂ ଜନ କଲ୍ୟାଣ ଭଳି ମୌଳିକ କାର୍ଯ୍ୟକ୍ରମକୁ ପଥଭ୍ରଷ୍ଟ କରିବ। ଓଡିଶାର ଲୋକମାନେ ଆଶା କରିଥିଲେ ଯେ ଡବଲ୍ ଇଞ୍ଜିନ୍ କେନ୍ଦ୍ରରୁ ଡବଲ୍ ଲାଭ-ଅନୁଦାନ-ସହାୟକ ଆଣିବ। କିନ୍ତୁ ଦୁର୍ଭାଗ୍ୟବଶତଃ, ବର୍ଷ ବର୍ଷ ଧରି ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି। ଏହି ବଜେଟ୍ ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ରାଜ୍ୟରେ ଦାଦନ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଜଳ ସେଚନ ଉପରେ ମଧ୍ୟ ସରକାରଙ୍କ କୌଣସି ଅନୁଦାନ ନାହିଁ ରାଜ୍ୟର ବିକାଶ ଉପରେ କୌଣସି ଧ୍ୟାନ ଦିଆ ଯାଇ ନାହିଁ କେବଳ ମିଥ୍ୟା ପ୍ରତିଶୃତି ସହିତ ଏକ ଲିଖିତ ଚିଠା ଉପସ୍ଥାପନା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.