ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପଥ ଚାରୀ ମାନଙ୍କୁ ଶୋଷ ନିବାରଣ ନିମନ୍ତେ ପଣା ବଣ୍ଟନ କରା ଯାଇଛି। ଆଜି ବାଲିପଦର ବଜାରରେ ୪୦ ଡିଗ୍ରୀ ତାପମାତ୍ରାକୁ ଦ୍ରୁ୍ଷ୍ଟିରେ ରଖି ପଚାଶ ଖଣ୍ଡ ଗ୍ରାମର ବ୍ୟବସାୟିକ ପେଣ୍ଠସ୍ଥଳ ବାଲିପଦରର ଜଙ୍କସନ ଠାରେ ଶତାଧିକ ପଥଚାରୀଙ୍କୁ ପଣା ବଣ୍ଟନ କରି ବରିଷ୍ଠ ନାଗରିକ ମାନେ ଜନସାଧାରଣଙ୍କୁ ଅଂଶୁଘାତରୁ ରକ୍ଷାକରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନାଗରିକ ମଞ୍ଚ ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବଂଶିଧର ବିଷୋୟୀ, ମାଧବ ଚନ୍ଦ୍ର ଭୋଳ, ଇଂ. ମହେଶ୍ବର ଗୁରୁ, ମଙ୍ଗୁଳି ପାତ୍ର, ବି. କ୍ରିଷ୍ଣା ରାଓ ଦୋରା, ଲକ୍ଷ୍ମଣ କୁମାର ଜେନା, ନରସିଂହ ପାତ୍ର, ଖଲିପାତ୍ର, କେ. କେଶବ ପାତ୍ର, କେ. ସୁବାସ ପାତ୍ର, କେ. କୈଳାସ ଚନ୍ଦ୍ର ପାତ୍ର, ଶଶି ଭୂଷଣ ସେନାପତି, ପ୍ରଫୁଲ କୁମାର ଜେନା, ଦେବରାଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରା ଯାଇଛି।





