ଭୁତସରସିଙ୍ଗି ପଞ୍ଚାୟତରେ ଜନ ଆକ୍ରୋଶ ମହିଳା ସମାବେଶ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ତରଫରୁ ମହିଳାମାନଙ୍କୁ ନେଇ ଜନ ଆକ୍ରୋଶ ମହିଳା ସମାବେଶ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଘୁମୁସର ସଭାପତି ବିଜୟ କୁମାର ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ କୁମାର ନାୟକ, ଖଲ୍ଲିକୋଟ ବିଜେପି ବିଧୟିକା ପାର୍ଥି ହୋଇଥିବା ଭାରତୀ ବେହେରାଙ୍କ ସହିତ ଜିଲ୍ଲାର ବହୁ ବିଜେପି ମହିଳା ନେତ୍ରୀ ଓ କର୍ମକର୍ତ୍ତା ମଞ୍ଚାସିନ ଥିଲେ। ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା ମହିଳା ଶକ୍ତି ବନ୍ଦ ବିଲ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନଙ୍କ ସ୍ୱର ଉତ୍ତୋଳନ। ନାରୀ ଶକ୍ତି ବନ୍ଦନ ବିଲକୁ ସମର୍ଥନ ଜଣାଇବା ସହ ମହିଳାଙ୍କ ପାଇଁ ଲୋକସଭାରେ ସ୍ଥାନ ସଂରକ୍ଷଣ ସପକ୍ଷରେ ବାହାରି ଥିବା ବେଳେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଦ୍ଧରେ ସାଂସଦ ଙ୍କ ଠାରୁ ଆରମ୍ଭ କରି ବିଧ୍ୟାୟକ, ଜିଲ୍ଲା ସଭାପତି ଏବଂ ମହିଳା ନେତ୍ରୀ ମାନେ ସ୍ୱର ଉତ୍ତୋଳନ କରି ବିରୋଧୀ ଙ୍କ ଉପରେ ବର୍ଷି ଥିଲେ| ଏମପି ଉପସ୍ଥିତ ହଜାର ହଜାର ମହିଳା କର୍ମୀ ଙ୍କୁ ନିଶ୍ଚିତ ନରେନ୍ଦ୍ର ମୋଦୀ ଆଜି ନହଲେ କାଲି ମହିଳାଙ୍କ ଏହି ବିଲ ପାସ କରିବେ ବୋଲି ଦୃଢ଼ତାର ସହିତ କହିଥିଲେ। ଏହି ସମାବେଶ ରେ ବହୁ ମହିଳା ନେତ୍ରୀ, ନାରୀ କର୍ମୀ, ସରପଞ୍ଚ, ସମିତି ସଭ୍ୟା ଏମ୍ବିକେ, ସିଆରପି ସାମିଲ ହୋଇଥିଲେ। ସମାବେଶରେ ପ୍ରାୟ ତିନି ହଜାର ରୁ ଅଧିକ ମହିଳା ସାମିଲ ହୋଈ ଥିଲେ। ଏମାନଙ୍କ ସହିତ ନିର୍ବାଚନ ମଣ୍ଡଳୀର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.