ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ରବିବାର ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପ୍ରତିଦିନ ମହାଭାରତ ବିରାଟ ପର୍ବ ପୁରାଣ ପଠନ ହେବ। ପ୍ରଥମ ରଜନୀରେ ମହାଭାରତ ବିରାଟ ପର୍ବର ଗୁପ୍ତବନବାସ ନାଟକ ମଞ୍ଚସ୍ଥ ହେବ।ସେହିପରିଭୀମ ହସ୍ତେ ବ୍ୟାଘ୍ର ମଲ୍ଲ ବିନାଶ, ନାବକେଳି, କିଚକ ସହ ଅନ୍ଵେଶ୍ଵତ ଭାଇଙ୍କ ଭୀମ ହସ୍ତେ ବିନାଶ, ବିରାଟ ତ୍ରିଗର୍ତ୍ତ ଯୁଦ୍ଧ,ଗୋଧନ ହରଣ, ଅଭିମନ୍ୟୁ – ଉତ୍ତରାବାଲି ବିବାହ ପ୍ରଭୃତି ବିରାଟ ପର୍ବର ପୌରାଣିକ ନାଟକ ଗୁଡ଼ିକ ପ୍ରତିଦିନ ରାତିରେ ମଞ୍ଚସ୍ଥ ହେବ।ଏହି ଚନ୍ଦନ ଯାତ୍ରା ମହୋତ୍ସବର ପୂଜା କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ସୁମନ ନାଏକ ଓ ତାଙ୍କ ଧର୍ମପତ୍ନୀ ସଜମନୀ ନାଏକ, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ୱରେ ଅଛନ୍ତି। ପରିଚାଳନା କମିଟିର ବଳବନ୍ତ ଭୋଇ, ଲୋକନାଥ ବଘାର, ଦୁର୍ବାସା ସାହୁ, ଗିରିଧାରୀ ସାହୁ, ନରେନ୍ଦ୍ର ନାଏକ, ହ୍ରିତିକ ଭୋଇ, ଜନ୍ମଜୟ ପଧାନ, ସୁରତ ବଘାର, ସୁବାସ ଭୋଇ, କିଶୋର ସାହୁ, ବସୁଦେବ ଭୋଇ, ଅଭି ଖର୍ସେଲ, ଶରତ ବଘାର, ଦେବରାଜ ପଧାନ, ଗୋପାଳ ଚିନ୍ଦା, ଧନେଶ୍ଵର ନାଏକ, ଭକ୍ତ ସାହୁ, ଭିକାରୀ ଭୋଇ, ରାଜିନ ଭୋଇ, ଗୁଣନିଧି ଭୋଇ, ନର ମାଝୀ, ଦଶବନ୍ତ ମାଝୀ, କୀର୍ତ୍ତି ନାଏକ, ଖଗେଶ୍ୱର ଚିନ୍ଦା, ମଣ୍ଟୁ ନାଏକ, ସ୍ଵାଗତ ନାଏକ, କ୍ଷେତ୍ର ଖର୍ସେଲ, କାଳିଆ ପଧାନ, କୋକିଳ ମାଝୀ, ରାଜ ବାଗ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।





