ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କୁମଖାଳ ପଞ୍ଚାୟତ ସ୍ଥିତ ପୁନିଗୁଡ଼ା ଗାଁ ଖେଳ ପଡ଼ିଆ ଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଆଜି ଉଦଯାପନୀ ମ୍ୟାଚ ହରିହରପୁର ଓ ମୂଷାନାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ପ୍ରଥମେ ହରିହରପୁର ଦଳ ଟସ୍ ଜିତିଥିଲେ ହେଁ ମୂଷାନାଲ ଦଳକୁ ବ୍ୟାଟିଙ୍ଗ କରିବାପାଇଁ ସୁଯୋଗ ଦେଇଥିଲା। ମୂଷାନାଲ ଦଳ ପ୍ରଥମେ ବ୍ୟାଟିଙ୍ଗ୍ କରି ୧୨ ଓଭର ବିନିମୟରେ ୬ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ହରିହରପୁର ଦଳ ୧୨ ଓଭର ବିନିମୟରେ ୪ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ମୂଷାନାଲ ଦଳ ଠାରୁ ପରାଜୟ ହୋଇଥିଲା।ଉକ୍ତ ଉଦଯାପନୀ ଦିବସର ମ୍ୟାଚରେ ମୁଖ୍ୟ ଅତିଥି ଭାବେ କୁମଖାଲ ସରପଞ୍ଚ ସାନ୍ଦୁରୁ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୁନିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶନ୍ନ ନାଏକ, ଲାଞ୍ଜିଗଡ଼ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଙ୍ଘଠନର ଆବାହକ ମୁଲୁ ମାଝୀ, ସମାଜସେବୀ ସୁଶୀଲ ବିଭାର ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଖେଳାଳି ମାନଙ୍କୁ ନଗଦ ଅର୍ଥରାଶି ସହିତ ଟ୍ରଫି ଓ ପରାଜିତ ଦଳକୁ ମଧ୍ୟ ଅର୍ଥରାଶି ସହିତ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ ଉଦଯାପନୀ ମ୍ୟାଚରେ ବିକ୍ରମ ମାଝୀ,ବିଶ୍ୱନାଥ ମାଝୀ,ରଞ୍ଜିତ ହରିଜନ ଓ ସମୀର ମାଝୀ ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିବାବେଳେ ଗୁଣନିଧି ବେହେରା ସ୍କୋର ବୋର୍ଡ଼ ଦାୟିତ୍ୱ ତୁଲାଇଥିଲେ। ଏଥିରେ ବିସିକେଶନ ହରପାଲ ଓ ଯୁବ ସାମ୍ବାଦିକ ମଳୟ ବେନୁଆଁ ଧାରା ବିବରଣୀ ପ୍ରଦାନ କରିଥିଲେ।ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ଅପ୍ରେଲ ୨୪ ତାରିଖରେ ଆରମ୍ଭ ହୋଇ ୨୬ ତାରିଖରେ ଉଦଯାପିତ ହୋଇଥିବାବେଳେ ଏଥିରେ ଆଖପାଖ ଅଞ୍ଚଳର ଆଠ ଗୋଟି ଗ୍ରାମ ପଞ୍ଚାୟତର କ୍ରିକେଟ ଦଳ ଭାଗ ନେଇଥିଲେ।ଏହି ଟୁର୍ନାମେଣ୍ଟରେ ପୁନିଗୁଡ଼ା କ୍ୟାପଟେନ ବିକ୍ରମ ମାଝୀ ସମେତ ନବୀନ ମାଝୀ,ତପନ ମାଝୀ,ପ୍ରଶାନ୍ତ ମାଝୀ,କୈଳାସ ମାଝୀ,ଉପେନ୍ଦ୍ର ହରପାଳ, ଗୁପ୍ତେଶ୍ୱର ହରପାଲ,ଜିତୁ ମାଝୀ,ପୀତବାସ ମାଝୀ, ଘାସିରାମ ବିଭାରଙ୍କ ସମେତ ପୁନିଗୁଡ଼ା ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।





