ଅସହ୍ୟ ହେଲାଣି ବୁଗୁଡ଼ା ଏନ୍‌ଏସିର ଦୁର୍ଗନ୍ଧ, ପ୍ରତିକାର ଦାବି

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ସଂପ୍ରତି ବୁଗୁଡ଼ା ଏନ୍ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି । ଏନ୍ଏସି ମଧ୍ୟରେ ବିଭିନ୍ନ ଦୁର୍ଗନ୍ଧ ସ୍ଥଳ ରହିଥିବା ବେଳେ ପରିବା ବଜାର ସମ୍ମୁଖସ୍ଥ ଦୁର୍ଗନ୍ଧ ସ୍ଥଳ ସବୁଠାରୁ ଆଗରେ ରହି ଚର୍ଚ୍ଚାର ପରିସରକୁ ଆସି ଯାଇଛି । ସେଠାରେ ଆବର୍ଜନା ପକାଇବା ପାଇଁ କୁଣ୍ଡ ହୋଇଛି ଏବଂ ସେଥିରେ ଜୈବିକ ଆବର୍ଜନା ମଧ୍ୟ ଗଦା ହେଉଛି । ତେବେ, ଏନ୍ଏସି ପ୍ରଶାସନର ଅବହେଳା କାରଣରୁ ତାହାକୁ ନିୟମିତ ସଫା କରାଯାଉ ନଥିବାରୁ ସେଠାରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଫଳରେ ସେହି ପାଖ ଦେଇ ଯିବାବେଳେ ଲୋକଙ୍କୁ ଅଣନିଶ୍ୱାସୀ ହେବାକୁ ପଡୁଛି । ଅନ୍ୟପକ୍ଷରେ ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ବାଲିପିଣ୍ଡି ରାସ୍ତାକୁ କିଛି ଅମାନିଆ ବେପାରୀ ଅକ୍ତିଆର କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକେ ସେହି ରାସ୍ତାରେ ନଯାଇପାରି ଏହି ନାକ ଫଟା ଦୁର୍ଗନ୍ଧ ସ୍ଥଳ ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଣୁ, ଉଚ୍ଚ କର୍ତ୍ତୃପକ୍ଷ ଏହି ଅବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.