ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ବତୀ ଶିଶୁ/ବିଦ୍ୟାମନ୍ଦିର ରେ ଜୁନ ୩ ବୁଧବାର ଦିନ ରୁ ଚାଲି ଆସୁଥିବା ଦକ୍ଷିଣ ସଂଭାଗ ର ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦ୍ଜାପିତ ହୋଇ ଯାଇଛି। ବିଦ୍ୟାଳୟ ପ୍ରାର୍ଥନା କକ୍ଷ ରେ ଏଥିପାଇଁ ଭବ୍ୟ ଆୟୋଜନ ହୋଇଥିଲା। ପୁର୍ବାହ୍ନ ୯ ଘଣ୍ଟା ସମୟରେ ଅନୁଷ୍ଠିତ ଉଦ୍ଜାପନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ପ୍ରାନ୍ତ ପର୍ଯ୍ୟ ବେକ୍ଷକ ରୁଦ୍ର ନାରାୟଣ ବେହେରା ଯୋଗଦାନ ପୂର୍ବକ ଦୀପ ପ୍ରଜ୍ବଳନ କରି ମାର୍ଗଦର୍ଶନ ଦେଇଥିଲେ।
ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି ର ପୂର୍ବତନ ଯୁଗ୍ମ ସମ୍ପାଦକ ତଥା ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରଦୀପ କୁମାର ସାହୁ ଯୋଗଦାନ କରି ଶିବିରରେ ୧୦ ଦିନ ଧରି ଶିକ୍ଷା ଲାଭ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପାଇଥିବା ଶିକ୍ଷା କୁ ନିଜ ନିଜ କର୍ମ କ୍ଷେତ୍ର ରେ ପ୍ରୟୋଗ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ଯକ୍ରମ ର ଅଧ୍ୟକ୍ଷ ଶ୍ରୀ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୃତ୍ତ କଥନ କରିଥିଲେ। ଅତିଥି ବୃନ୍ଦ ଭାରତ ମାତାଙ୍କ ପୂଜନ ଓ ସାମୁହିକ ମାତୃ ବନ୍ଦନା ପରେ ଉଦ୍କାପନୀ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ଥାନୀୟ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ଵ୍ୟଵସ୍ଥା ସଂଯୋଜକ ଓ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବର୍ଗର ଵ୍ୟଵସ୍ଥା ପ୍ରମୁଖ ଅଜୟ କୁମାର ନାଏକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆୟୋଜକ ନର୍ଲା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ବିଭିନ୍ନ ଦାୟୀତ୍ୱରେ ରହି ପରିଚାଳନାରେ ସହଯୋଗ କରିଥିଲେ।ଜୁନ ୩ ରୁ ୧୨ ପର୍ଯ୍ୟନ୍ତ ଚାଲିଥିଲା ଏହି ବର୍ଗ।

ଏଥିରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗର କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ପ୍ରଭୃତି ୫ ଗୋଟି ଜିଲ୍ଲାର ୧୩ ଗୋଟି ସଙ୍କୁଳ ର ୧୦୬ ଟି ବିଦ୍ୟାଳୟରୁ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ଦକ୍ଷିଣ ସମ୍ଭାଗର ପୂର୍ଣ୍ଣ କାଳୀନ ୫ ଜଣ, ପ୍ରାନ୍ତ ପୂର୍ଣ୍ଣ କାଳୀନ ୩ ଜଣ ଓ ଅନ୍ୟ ବିଦ୍ୟାଳୟ ଗୁଡ଼ିକରୁ ୧୨ ଜଣ ଏଭଳି ମୋଟ ୨୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବର୍ଗ ପ୍ରମୁଖ ସୁକାନ୍ତ କୁମାର ବେହେରା, ସୁଶାନ୍ତ ପାଣିଗ୍ରାହୀ, ମାଧବ ଶତପଥି, ବିଷ୍ଣୁ ଚରଣ ଦାସ, ବିପିନ ବିହାରୀ ମିଶ୍ର, କର୍ଣ୍ଣ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ଗ ଅନୁଷ୍ଠିତ ହୋଇଥିଲା।ଏଥିରେ ଶିବିରାର୍ଥି ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଶାରୀରିକ, ଶୈକ୍ଷିକ, ବୌଦ୍ଧିକ ଓ ଯୋଗ ପ୍ରଭୃତି ଵିଷୟ ଗୁଡ଼ିକ ବିଷୟରେ ୧୦ ଦିନ ବ୍ୟାପି ତାଲିମ ଦିଆ ଯାଇଥିଲା। ପ୍ରାତଃ ୪.୩୦ ସମୟରେ ଜାଗରଣ ହୋଇ ସକାଳ ୮.୪୫ ରୁ ୧୨.୪୫ ଯାଏଁ ତିନିଗୋଟି କାଳାଂଶ ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିଲା। ମଧ୍ୟାହ୍ନ ରେ ଦୁଇଗୋଟି କାଳାଂଶ ଏଭଳି ପ୍ରତ୍ୟହ ୫ ଗୋଟି କାଳାଂଶ ରେ ଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଥିଲା। ଅପରାହ୍ନ ରେ ଶାରୀରିକ ଶିକ୍ଷାଦାନ ଅନୁଷ୍ଠିତ ହେଉଥିଲା। ଗତ କାଲି ୧୧ ଜୁନ ଶିବିର ର ଶେଷ ରାତ୍ରୀ ରେ ଶିବିରାର୍ଥି ଆଚାର୍ଯ୍ୟ, ଆଚାର୍ଯ୍ୟା ମାନେ ଶିକ୍ଷା ଉପଯୋଗୀ ବିଭିନ୍ନ ଏକାଙ୍କିକା, ସଙ୍ଗୀତ ଏକକ, ଗୋଷ୍ଠୀ ଅଭିନୟ ଓ ପାଲା ପରିବେଷଣ କରିଥିଲେ। ଉଦ୍କାପନୀ ଉତ୍ସବର ଶେଷ ମୂହୁର୍ତ୍ତ ରେ ବର୍ଗ ସଂଯୋଜକ ତଥା ଆୟୋଜକ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।





