ଆପଣ ଜାଣନ୍ତି କି? ଇନ୍ଦ୍ର କୌଣସି ନାମ ନୁହେଁ, ଏକ ପଦବୀ!

ଧଳା ରଙ୍ଗରଐରାବତ ହାତୀ ଉପରେ ସବାର ହେଉଥିବା ଦେବରାଜ ଇନ୍ଦ୍ରଙ୍କୁ ଆମେ ସମସ୍ତେ ଦେବତାମାନଙ୍କର ରାଜା ବୋଲି ଜାଣୁ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ‘ଇନ୍ଦ୍ର’ କୌଣସି ବ୍ୟକ୍ତି ବା ଦେବତାଙ୍କର ନିଜସ୍ୱ ନାମ ନୁହେଁ, ବରଂ ଏହା ଏକ ପଦବୀ (ଉପାଧି) ଅଟେ। ଯିଏ ସ୍ୱର୍ଗ ଉପରେ ରାଜୁତି କରନ୍ତି, ତାଙ୍କୁ ହିଁ ‘ଇନ୍ଦ୍ର’ ଉପାଧି ପ୍ରାପ୍ତ ହୋଇଥାଏ। ​ପୁରାଣ ଅନୁସାରେ, ସ୍ୱର୍ଗରେ ରାଜତ୍ୱ କରିଥିବା ଏଭଳି ୧୪ ଜଣ ଇନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା ରହିଛି।

୧୪ ମନ୍ୱନ୍ତର ଏବଂ ୧୪ ଇନ୍ଦ୍ର

​’ଇନ୍ଦ୍ର’ କେବଳ ଏକ ପଦବୀ ନୁହେଁ, ଏହା ଏକ ସମୟ ଚକ୍ର ବା କାଳର ନାମ ମଧ୍ୟ ଅଟେ। ସୃଷ୍ଟିର ସମୟ ଅନୁସାରେ ୧୪ଟି ମନ୍ୱନ୍ତର ରହିଛି ଏବଂ ପ୍ରତ୍ୟେକ ମନ୍ୱନ୍ତରରେ ଜଣେ ଜଣେ ଇନ୍ଦ୍ର ହୋଇଛନ୍ତି। ୧୪ ଜଣ ଇନ୍ଦ୍ରଙ୍କ ନାମ ହେଉଛି: ​ଯଜ୍ଞ, ବିପଶ୍ଚିତ, ଶିବି, ବିଧୁ, ମନୋଜବ, ପୁରନ୍ଦର (ବର୍ତ୍ତମାନର ଇନ୍ଦ୍ର), ବାଲି, ଅଦ୍ଭୁତ, ଶାନ୍ତି, ବିଶ୍ୱ, ରିତୁଧାମ, ଦେବାସ୍ପତି, ଶୁଚି ।

ଅସୁର ବି ପାଇଛନ୍ତି ଇନ୍ଦ୍ର ପଦବୀ!

​ଏହି କାହାଣୀର ସବୁଠାରୁ ରୋଚକ କଥା ହେଉଛି, କେବଳ ଦେବତା ନୁହନ୍ତି, ବରଂ ନିଜର ପୁଣ୍ୟ ଏବଂ ପରାକ୍ରମ ବଳରେ ଅସୁରମାନେ ମଧ୍ୟ ଏହି ପଦବୀ ହାସଲ କରିଛନ୍ତି। ଇନ୍ଦ୍ର ଉପାଧି ପ୍ରାପ୍ତ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅସୁର ରାଜା ବଳି ଏବଂ ରାବଣଙ୍କ ପୁତ୍ର ମେଘନାଦ (ଇନ୍ଦ୍ରଜିତ)ଙ୍କ ନାମ ମଧ୍ୟ ସାମିଲ ଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.