ଜିଲ୍ଲା ଯାଦବ ମହାସଭା କଳାହାଣ୍ଡିର କାର୍ଯ୍ୟକାରିଣୀ ବୈଠକ: ଉନ୍ମୋଚିତ ହେଲା ସମାଜର ସମ୍ବିଧାନ ପୁସ୍ତକ, ଘୋଷିତ ହେଲା ପୂର୍ଣ୍ଣାଙ୍ଗ କମିଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ରବିବାର କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସାଧାରଣ ସମ୍ପାଦକ ତ୍ରିପୁର ନାୟକ। ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, ପୂର୍ବତନ ଜିଲ୍ଲା ସଭାପତି ସକିତ ରତେ, ନବମ ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜଗଦୀଶ ଯାଦବ, କମଲ ବାଗ ଓ ଅଲେଖ ଚନ୍ଦ୍ର ଗୋପାଳ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, ଡମ୍ବରୁଧର ଖର୍ସେଲ, ବିଶ୍ବରଞ୍ଜନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଅର୍ଜୁନ ଭାଟି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ପୂର୍ଣ୍ଣାଙ୍ଗ କମିଟି ଗଠିତ ହେବାସହ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସମ୍ବିଧାନ ପୁସ୍ତକ ଉନ୍ମୋଚିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଆଇନ ପରାମର୍ଶଦାତା ଭାବେ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ଭାବେ ଡ଼ଃ ସୁନୀଲ ଧଙ୍ଗଡାମାଝୀ, ଜିଲ୍ଲା କର୍ମଚାରୀ ମହାସଂଘ ସଭାପତି ଭାବେ ଅଧ୍ୟାପକ ମାଧବ ଲହଜଲ, ମୁଖ୍ୟ ପରାମର୍ଶଦାତା ନଳୀନ ରଞ୍ଜନ ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ଭାବରେ ମୋତିରାମ ହଂସ, ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଭାବେ ରଶ୍ମୀରେଖା ରାଉତ ଓ ସାଧାରଣ ସମ୍ପାଦିକା ଭାବେ ରେବତୀ ବିଶି, ଜିଲ୍ଲା ଯୁବ ସଭାପତି ଭାବେ ପିତବାସ ବେହେରା, ଜିଲ୍ଲା ଯୁବ ଉପସଭାପତି ଭାବେ ଡିଲେଶ କୁମାର ନାଗ, ଅଭିମନ୍ୟୁ ବାଗ, ଗୋଲାମୁଣ୍ଡା ବ୍ଲକ ସଭାପତି ଭାବେ ରେବା କଟା ପ୍ରମୁଖ ମନୋନୀତ ହୋଇଥିଲେ। ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ସଭାପତି ନୃପରାଜ ଯାଦବ ସପଥପାଠ କରାଇଥିଲେ। ଏହାସହ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପରାମର୍ଶଦାତା ଭାବେ ସକିତ ରତେ, ସଞ୍ଜୁକ୍ତା ବେହେରା, ଦୁଲ୍ଲଭ ମାହାର, ଗିରିଧାରୀ ଗଉଡ, ଶ୍ରୀପତି ଭାଟି, ଲିଙ୍ଗରାଜ ଗହିର, କିର୍ତ୍ତନ ନାଏକ ଓ ପଙ୍କଜ ଗଉଡ ମନୋନୀତ ହୋଇଛନ୍ତି। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟିର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନେକ ବିଶିଷ୍ଟ ଯାଦବ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଜଗଦୀଶ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.