ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦୀର୍ଘ ଚଉଦ ବର୍ଷ ହେଲା ସ୍ୱଳ୍ପ ବେତନ ରେ କାର୍ଯ୍ୟ କରି ଓଡିଶା ରାଜ୍ୟ ଯୋଗାଣ ସହାୟକ ସଙ୍ଘ ବହୁ ଘାତ, ପ୍ରତିଘାତ, ଅଭାବ, ଅସୁବିଧା ରେ କାଳ ତିପାତ କରି ଆସୁଛନ୍ତି | 14ବର୍ଷ ଅର୍ଥାତ ଗୋଟିଏ ଯୁଗ ବିତିଯାଇଥିଲେ ମଧ୍ୟ ଗତ ବିଜେଡି ସରକାର ଙ୍କ 10 ବର୍ଷ ରେ କିମ୍ବା ଏବର ବିଜେପି ସରକାରଙ୍କ ଦୁଇ ବର୍ଷ ଶାସନ ରେ ଆମ ମାନଙ୍କ ନ୍ୟାୟ ସଙ୍ଗତ ଦାବି ଗୁଡିକ ପ୍ରତି ଉଦାସୀନ ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି | ତଥାପି ସରକାର ଙ୍କ ନୂତନ C M A Y ଯୋଜନା କୁ ସମ୍ନାନ ଜଣାଇ ଓ ସାଧାରଣ ଜନ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଆମ୍ଭେ ବିତରଣ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଜଣାଇ ଥିଲୁ | ତେଣୁ ସଙ୍ଘ ଗତ ଜୁନ୧୬ ତାରିଖ ରେ ପ୍ରଦାନ କରାଯାଇଥିବା ନୋଟିସ ପ୍ରକାରେ ଜୁଲାଇ ୧୦ ତାରିଖା ରୁ ସାମୁହିକ ଛୁଟି ରେ ରହିବା ପରିପ୍ରେକ୍ଷୀ ରେ ଜୁଲାଇ ଓ ଅଗଷ୍ଟ ମାସର ବିତରଣ କାର୍ଯ୍ୟପାଇଁକୌଣସି ଚାପ ପ୍ରୟୋଗ ନ କରିବା ସମ୍ବନ୍ଧରେ ରାଜ୍ୟ ସରକାର ଙ୍କୁ ଏହି ବାବଦ ରେ ଅବଗତ କରାଇ ଥିଲୁ | କିନ୍ତୁ ରାଜ୍ୟ ସରକାର ଙ୍କ ଯୋଗାଣ ସଚିବ, ଯୋଗାଣ ମନ୍ତ୍ରୀ, ଏହାଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ବାଧ୍ୟ ହୋଈ ପୁଣି ମୁଖ୍ୟମନ୍ତ୍ରୀ, ଯୋଗାଣ ସଚିବ ଓ ସବୁ ଜିଲ୍ଳାର ଜିଲ୍ଲା ପାଳ, ଏବଂ ବ୍ଳକ ବିଡ଼ିଓ ଙ୍କୁ ଏହା ଉପରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି | ସାଧାରଣ ଜନସାଧାରଣଙ୍କ ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି, ଆମ୍ଭେ ସମସ୍ତ ଯୋଗାଣ ସହାୟକମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଉଛୁ ଯେ, ଜୁଲାଇ ଓ ଅଗଷ୍ଟ ମାସର ବିତରଣ କାର୍ଯ୍ୟ ଆମ୍ଭେ କରିବୁ ନାହିଁ। ତେଣୁ ଏହି ପରିସ୍ଥିତିକୁ ବିଚାର କରି ଆବଶ୍ୟକ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିବାକୁ ଆପଣଙ୍କୁ ପୁନର୍ବାର ବିନମ୍ର ଅନୁରୋଧ କରୁଛୁ। ଏବଂ ଆମ୍ଭ ମାନଙ୍କ ଦରମା ବୃଦ୍ଧି ସହିତ ପ୍ରମୋସନ ଦେବାକୁ ଦାବି କରିଛୁ | ଯଦି ଏହା ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସାମୁହିକ ଛୁଟିରେ ରହି ବୁ ଏବଂ ଆବଶ୍ୟକ ପଡିଲେ ଗଣତନ୍ତ୍ରିକ ଉପାୟରେ ଆନ୍ଦୋଳନ କୁ ଆହୁରି ତୀବ୍ର କରିବୁ ବୋଲି ସଙ୍ଘ ସଦସ୍ୟ ମାନେ କହିଛନ୍ତି | ତେବେ ପୁରୁଷୋତ୍ତମପୁର ବ୍ଳକର ଏହି ଦାବିପତ୍ର ଦେବାରେ ସହଯୋଗ କରିଥିଲେ ବ୍ଳକ ସ୍ତରୀୟ ସଭାପତି ଜିତେନ୍ଦ୍ର ନାହାକ, ରବୀନ୍ଦ୍ର ନାଥ ପଣ୍ଡା, ଏନ ଗଣପତି ଦୋରା, ବସନ୍ତ ପଢିଆରୀ, ବିକାଶ ପ୍ରଧାନ, ମନୋଜ ପ୍ରଧାନ, ଜନାର୍ଦନ ଶାସମଲ, ଅନିଲ ବେହେରା, ଶ୍ରୀକାନ୍ତ ମହାରଣା, ବନମାଳୀ ବେହେରା, ଝିଲି ମୁନୀ, କଳ୍ପନା ଦାଶ, ନଳିନୀ ସାହୁ ପ୍ରମୁଖ |





