ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): କୋଇଲା ବୋଝେଇ ଟ୍ରକ ଓଲଟିଯିବା ଫଳରେ ଆନ୍ଧ୍ର ଓଡିଶା ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଜାମ ହୋଇଛି I ସୂଚନାରୁ ଜଣାପଡିଛି ବିଳମ୍ବିତ ରାତ୍ରିରେ ପାର୍ତIପୁର ଗ୍ରାମ ନିକଟରେ ବିଶାଖାପାଟଣା ଠାରୁ କୋଇଲା ବେIଝେଇ ହୋଇ ରାୟପୁର ଯିବା ସମୟରେ ଟ୍ରକଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ଟ୍ରକ ଡ୍ରାଇଭର ଜଣଙ୍କ ଗୁରୁତ୍ତର ଆହାତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଟ୍ରକଟି ଓଲଟି ଯିବା ଫଳରେ ୬ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଆନ୍ଧ୍ର ଓଡିଶା ରାସ୍ତାରେ ଯାତାୟାତ ଠପ ହୋଇଯାଇଛି I ଆଜି ଭୋରରୁ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା I ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା I ଆଜି ସକାଳୁ ଅଗ୍ନିଶମ ବିଭାଗ,ପୁଲିସ ଓ ଅନ୍ୟାନ୍ୟ ବିଭାଗ ଯାଇ ରାସ୍ତା ସଫା କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତାରେ ପଡିଥିବା କୋଇଲା ଏବଂ ଟ୍ରକକୁ ସଂପୂର୍ଣ ଭାବେ ରାସ୍ତାରୁ ହଟିବା ପରେ ଆନ୍ଧ୍ର ଓଡିଶା ରାସ୍ତାରେ ଯାତାୟାତ ସୁଗମ ହୋଇପାରିବ ବୋଲି ପୁଲିସ ସୂଚନା ଦେଇଛି । ଏହି ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀ ଏବଂ ଅନ୍ୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି |





