ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୋ ଭାରତ କଳାହାଣ୍ଡି ନେତୃତ୍ୱରେ ଆଜି ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ପାକେଲ ପଡ଼ା ଗ୍ରାମର ଶ୍ରୀ ବିନାୟକ ଯୁବକ ସଂଘ ପକ୍ଷରୁ ପଞ୍ଚାୟତ ହାଇସ୍କୁଲ ମୁଡିଙ୍ଗ ଠାରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା କରି କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ହାଇସ୍କୁଲ ମୁଡିଙ୍ଗର ପ୍ରଧାନ ଶିକ୍ଷକ ଶ୍ରୀ ଟିକନୁ ସାହୁ, ଶିକ୍ଷକ ଶ୍ରୀ ହେମକିଶୋର ସାହୁ, ଶ୍ରୀ ରମେଶ ମିଶ୍ର, ଶ୍ରୀ ପ୍ରକାଶ କୁମାର ଲେଙ୍କା, ଶ୍ରୀ ମୋହନଲାଲ ସାହୁ, ଶ୍ରୀ ସୁକାନ୍ତ କୁମାର ଜେନା ଓ ସ୍ବେଛାସେବୀ ତଥା ଯୋଗ ଶିକ୍ଷକ ସନତ କୁମାର ସାହୁ ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନର ଉଦ୍ଦେଶ୍ୟ ସମାଜରେ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରିବା ବୋଲି ମତାବ୍ୟକ୍ତ କରିଥିଲେ। ଶ୍ରୀ ବିନାୟକ ଯୁବକ ସଂଘର ସଭାପତି ଯଶୋବନ୍ତ ଗହିର, ରିଙ୍କୁ ଗହିର, ଦୁଷ୍ମନ୍ତ ଗହିର, ରଶ୍ମିରଞ୍ଜନ ରଥ, ଦୟାଶିଳା ଗହିର ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱଛତା ଅଭିଯାନ ଉପରେ ଶପଥ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.