ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ବିଶେଷ ଆବଶ୍ୟକତା ରଖୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଶୀଘ୍ର କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାଏକଙ୍କ ସହ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡେରେସନ୍ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫ୍ଡି) ସଂଘର ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, କୋଷାଧ୍ୟକ୍ଷ ଶ୍ରୀ ଅଭିଷେକ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକର୍ତ୍ତା ଶ୍ରୀ ଅଶ୍ୱିନୀ ମୁଦୁଲି ଓ ଶ୍ରୀ ଧର୍ମାନନ୍ଦ ପରିଡ଼ା ପ୍ରମୁଖ ସାକ୍ଷାତ କରି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଖୁବଶୀଘ୍ର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି ଜଣାଇଥିଲେ। ସୂଚନା ଥାଉ ଯେ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା ସଚିବଙ୍କ ସହ ଆଲୋଚନା କରି ଏହି ବୈଠକର ଆୟୋଜନ କରିଥିଲେ। ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ସକାରାତ୍ମକ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଏହି ପଦବୀ ସୃଷ୍ଟି ଓ ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବା ବୋଲି ମତପ୍ରକାଶ କରାଯାଇଛି।





