ନର୍ଲା ବ୍ଲକ ପ୍ରଶାସନ ତରଫରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବାଇକ ଶୋଭାଯାତ୍ରା ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ଫାଇନାନ୍ସ ଅଫିସର ପ୍ରତୀକ ରଥ, ସେକ୍ସନ ଅଫିସର ସୁଦର୍ଶନ ରାଉତ, ଜିପିଡିଓ ଯଦୁମଣି ନାଏକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ ବେହେରା,ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ବ୍ଲକ ସଂଯୋଜିକା ସବିତା ସେଠୀ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଏପିଓ ଚିନ୍ମୟ କୁମାର ପଣ୍ଡା, ସନତ କୁମାର ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଯାତୀ ଭଞ୍ଜ, ନରହରି ଭୋଇ, ଅଜିତ ସାହୁ, ଏଡିଇଓ ଦୁଷ୍ମନ୍ତ ପାଲ ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଇଓ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏଥିରେ ସାମିଲ ହୋଇଥିଲେ। ବି ପି ସି ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସମସ୍ତ ପ୍ରତିଭାଗୀ ନର୍ଲା ବ୍ଲକ ପରିସରରୁ ବାଇକ ରେ ତ୍ରିରଙ୍ଗା ଲଗାଇ, ଭାରତ ମାତାକି ଜୟ, ବନ୍ଦେ ମାତରଂ, ହର ଘର ତ୍ରୀରଙ୍ଗା, ଘରଘର ତ୍ରୀରଙ୍ଗା ପ୍ରଭୃତି ନାରା ଦେଇ ବାଇକ ଶୋଭାଯାତ୍ରା ରେ ନର୍ଲା, ଚାରିଛକ, ନର୍ଲାରୋଡ, ସର୍ଗିଗୁଡ଼ା ପରିକ୍ରମା କରି ଦେଶ ଭକ୍ତିର ବାର୍ତ୍ତା ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ। ଆଉ ଦୁଇ ଦିନ ପରେ ଦେଶ ୮୦ ତମ ସ୍ଵାଧନତା ଦିବସ ପାଳନ କରିବ। ଏହାକୁ ନେଇ ଦେଶ ବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ, ଆଗ୍ରହ ଦେଖିବାକୁ ମିଳିଛି। ସମସ୍ତଙ୍କ ଘରେ ତ୍ରିରଙ୍ଗା ପତାକା ଲଗେଇବା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ ରେ ସାରା ଦେଶ ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ସପ୍ତାହ ବ୍ୟାପୀ ଚାଲିଛି ଜନ ସଚେତନତା କାର୍ଯ୍ୟକ୍ରମ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନେତୃତ୍ୱରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଦୁଇ ବର୍ଷ ହେଲା ଭାରତ ବାସୀଙ୍କ ମଧ୍ୟରେ ଦେଶ ପ୍ରେମ ଜାଗୃତ କରି ଦେଶକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଏହି ସରକାରୀ କାର୍ଯ୍ୟକ୍ରମ ହର ଘର ତ୍ରୀରଙ୍ଗା, ଘରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭାରତର ଜନପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଚାଲିଛି ଏହି କାର୍ଯ୍ୟକ୍ରମ। ଦେଶ ସାରା ସପ୍ତାହ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ତ୍ରୀରଙ୍ଗା ପତାକା ଲଗେଇବା ପାଇଁ ଆହ୍ୱାନ ଦେଇଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ। ଏହି କ୍ରମରେ ଆଜି ନର୍ଲାରେ ବ୍ଲକ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଛି ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.