ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ରାଲି ସହ ‘ବନ୍ଦେ ମାତରମ୍’ ଗାନ ଓ ଅନ୍ୟାନ୍ୟ ଦେଶଭକ୍ତି ମୂକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଅଛି । ଦେଶର ଏହି ମହାନ୍ କାର୍ଯ୍ୟକ୍ରମର ଅଂଶ ହୋଇ ଲୋକଙ୍କ ମନରେ ମାତୃଭକ୍ତି ଓ ଦେଶଭକ୍ତିର ସଞ୍ଚାର ପାଇଁ ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ଏନ୍ ଏସ୍ ଏସ୍ କୋ-ୟୁନିଟ୍ ଦ୍ୱାରା ଏକ ବିଶାଳ ‘ହର୍ ଘର୍ ତ୍ରିରଙ୍ଗା’ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ ସାମିଲ୍ ହୋଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଶହରୁ ଊର୍ଦ୍ଧ୍ବ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ଶିବରାମ ମିଶ୍ର, ଦୀନବନ୍ଧୁ ବାଗ, ଲିପୁଚନ୍ଦ୍ର ସାହୁ, ସଚିନ ସାହୁ, ଧିରଜ ନାଏକ, ସଞ୍ଜୟ ସାହୁ, ସଦୟ ପଧାନ, ଅଧ୍ୟାପିକା ମନିଷା ସାହୁ, ଅଞ୍ଜଳି ମାଝୀଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ତଥା ଅଣ-ଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଖେଳ ଶିକ୍ଷକ ଅଭୟ କୁମାର ବାଗ ଓ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ଏହି ରାଲିର ନେତୃତ୍ୱ ନେଇଥିଲେ ।





