ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ମୁରିବାହାଲ ପରିସରରେ ଶୁକ୍ରବାର ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ସାଇବର ସଚେତନତା ୱେବିନାରର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇ ସାଇବର ଠକେଇ, ଅନଲାଇନ୍ ଅପରାଧ ଏବଂ ଡିଜିଟାଲ୍ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ସାଇବର ଠକେଇ ଓ ଅପରାଧରୁ ନିଜକୁ ଏବଂ ସମାଜକୁ ସୁରକ୍ଷିତ ରଖିବା ସହ ଏକ ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ପୂର୍ଣ୍ଣଚନ୍ଦ୍ର ପଧାନ, ସୋମେଶଦତ୍ତ ହୋତା, ଶରତଚନ୍ଦ୍ର ପ୍ରଧାନ, ବିଜୟ କଳତା, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦାଚରଣ ଖୁଣ୍ଟିଆ, ଦିଲ୍ଲୀପ ଘିଭେଲା ଓ ଶଶିଭୂଷଣ ପଶାୟତ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।






