ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏଗାର ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ୍ୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଇଓ ସୁମିତ ବିଶ୍ୱାସ ମୁଖ୍ୟ ଅତିଥି ଏବଂ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା, ଏବିଇଓ ପବିତ୍ର ମୋହନ ନାଏକ ଓ ଏସଏମସି କାର୍ଯ୍ୟକର୍ତ୍ତା ଏବଂ ଜିପିଡିଓ ଜ୍ୟୋତିର୍ମୟ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହିତ ଏହାର ଅଗ୍ରଗତି ସମ୍ପର୍କରେ କୁହା ଯାଇଥିଲା । ସିବିଏସଇ କୋର୍ସ ଇଂରାଜୀ ମାଧ୍ୟମର ଉକ୍ତ ବିଦ୍ୟାଳୟରେ ଷଷ୍ଠଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ରହିଛି । ୨୦୧୫ରେ ସ୍ଥାପିତ ଏହି ବିଦ୍ୟାଳୟ ଏଗାର ବର୍ଷରେ ପଦାର୍ପଣ କରିଥିବା ବେଳେ ଏଠାରୁ ଦୁଇଟି ଦ୍ଵାଦଶ ଶ୍ରେଣୀ ବ୍ୟାଚ ପାସ ଆଉଟ ହୋଇଥିବାର ପ୍ରକାଶ କରାଯାଇଥିଲା । ଏହି ଅଵସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ଅଭିଭାବକ ସହିତ ଏସଏମସି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.