ବଢ଼ି ଚାଲିଛି ଗୋରୁ ଚାଲାଣ; ନୀରବ ପ୍ରଶାସନ !

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଠାରେ ଦିନକୁ ଦିନ ବଢ଼ି ଚାଲିଛି ଗୋ ଚାଲାଣ । ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ବାଲିପଡା ଆଦି ଅଞ୍ଚଳରୁ ହଜାର ହଜାର ଗୋରୁ ମାନଙ୍କୁ ମୁନିଗୁଡା, ବିଷମକଟକ ରାମନାଗୁଡା ଅଞ୍ଚଳ ଦେଇ ଗଜପତି ଜିଲ୍ଲା ବଲଦା ହାଟକୁ ନିଆଯାଉଛି  । ସେଠାରୁ ଗୋରୁମାନଙ୍କୁ ଆନ୍ଧ୍ରପ୍ରଦେଶ ସମେତ ତାମିଲନାଡୁ, କେରଳ ରାଜ୍ୟକୁ ଚାଲାଣ କରାଯାଉଛି । ସେହିପରି ରାମନାଗୁଡା ବ୍ଲକ୍ ସୀମାନ୍ତ କାଟିକି ଗ୍ରାମ ଦେଇ ଭାୟା କେଦାରପୁର, ଲଷ୍ମୀପୁର ଠାରୁ ମାକ୍ସ ପିକପ, ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ଗୋ ଚାଲାଣ ହେଉଛି  । ଗୋରୁ ମାନଙ୍କୁ ମାଫିଆମାନେ ଦିନ ଦି ପହରେ ମ୍ୟାକ୍ସ ପିକଅପ ଯୋଗେ ଲୋଡ଼ କରି ନେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କଣ ପାଇଁ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି । ପ୍ରଶାସନ ପକ୍ଷରୁ ଗୋ ଚାଲାଣକାରୀ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋ ଚାଲାଣ ବନ୍ଦ କରିବାକୁ ସାଧାରଣ ରେ ଦାବି ହେଉଛି । ଏହି ଘଟଣା ସମ୍ପର୍କରେ ରାମନାଗୁଡା ଥାନା ଅଧିକାରୀ କିରଣ ବାଳା ସାମଲଙ୍କୁ ଯୋଗାଯୋଗ କରିବାରୁ ଗୋରୁ ଚାଲାଣ ଉପରେ ରୋକ ଲାଗିବ ଏବଂ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ରାମନାଗୁଡ଼ା ଅଞ୍ଚଳରେ ଗୋଶାଳା ଟିଏ ନ ଥିବାରୁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପ୍ରତିକ୍ରିୟାରେ କହିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.