ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଲେଖିକା ସଂଘର ପ୍ରାକ୍ତନ ସଭାପତି ସ୍ବର୍ଗତ ଚାରୁଲତା ମହାନ୍ତିଙ୍କୁ ଏକାଦଶାହ ଅବସରରେ ତାଙ୍କ ପରିବାର ପକ୍ଷରୁ କରଣ ସମାଜ ଚିତ୍ରଗୁପ୍ତ ମନ୍ଦିରରେ ପାଳନ କରିବା ଅବସରରେ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରଖାଯାଇ ଥିଲା ଉକ୍ତ କାର୍ଯ୍ୟକ୍ରମରେ ଚାରୁଲତା ମହାନ୍ତିଙ୍କ ସ୍ମୁତି ଚାରଣ କଳାହାଣ୍ଡି ଲେଖିକା ସଂଘ ଏବଂ ତାଙ୍କର ସମସ୍ତ ସମ୍ପର୍କୀୟ କରିଥିଲେ। କାର୍ଯ୍ୟକ୍ରମଟିକୁ ସଭାପତି ସୁଦେଷ୍ଣା ପଣ୍ଡା ଏବଂ ସହ ସମ୍ପାଦିକା ମିନତି ପ୍ରଧାନ ପରିଚାଳନା କରିଥିବା ବେଳେ ସୁଚିସ୍ମିତା ରଥ ଦୀପ ପ୍ରଜ୍ବଳନ ମନ୍ତ୍ର ପାଠ କରିଥିଲେ ସୁରେନ୍ଦ୍ର ନାଥ ଦାସ ଏବଂ ମହାବୀର ସାଂସ୍କୁତିକ ଅନୁଷ୍ଠାନର ସମ୍ପାଦକ ସତ୍ଯ ନାରାୟଣ ସିଂ ଦୀପ ପ୍ରଜ୍ବଳନ କରିଥିଲେ। ସମ୍ପାଦିକା କଳ୍ପନା ରଥ କଳାହାଣ୍ଡି ଲେଖିକା ସଂଘ ଏବଂ ଚାରୁଲତା ମହାନ୍ତି ଉପରେ ସ୍ମୁତି ଚାରଣ କରିଥିଲେ। ପ୍ରିୟ ଦର୍ଶିକା ପ୍ରଧାନ, ବଲବୀର କୌର, ଦୀପ୍ତି ମୁଣ୍ଡ, ଯମୁନା ମିଶ୍ର, କବିତା ମୁଣ୍ଡ, ସୌଦାମିନୀ ଭୋଇଓ ଆନନ୍ଦିନୀ ପାତ୍ର ସ୍ମୁତି କବିତା ପାଠ କରିଥିଲେ।ସମାଜସେବି ଶୁଭଲକ୍ଷ୍ମୀ ନାଏକ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସବିତା ପଟ୍ଟନାୟକ, ଚିତ୍ର ଶିଳ୍ପୀ ତରୁଣ ମହାପାତ୍ର, ଡ. ଜ୍ୟୋତି ରଂଜନ ବହିଦାର, ଡ.ହରପ୍ରସନ୍ନ ଦାସ, ସାହିତ୍ୟିକ ମନୋଜ ରଥ ପ୍ରମୂଖ ସ୍ମୁତି ଚାରଣ କରିଥିଲେ। ଶୁଭଲକ୍ଷ୍ମୀ ନାଏକ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ କଲ୍ୟାଣୀ ଦାସ କଳାହାଣ୍ଡି ଲେଖିକା ସଂଘର ଉପସଭାପତି ଲୀନା ଦାସ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରଥିଲେ। ସବିତା ଦାସ ଶାନ୍ତି ପାଠ କରିଥିଲେ। କାର୍ଯ୍ୟକ୍ରମରେ ସ୍ବର୍ଗୀୟ ଚାରୁଲତା ମହାନ୍ତିଙ୍କ ସମସ୍ତ ପୁତ୍ର କନ୍ଯା ସପରିବାର ଉପସ୍ଥିତ ରହିବାସହ ବହୁ ମାନ୍ୟଗଣ୍ଯ ବ୍ୟକ୍ତି ଉପସ୍ଥିତ ଥିଲେ।





