ଭାନପୁର ନବରାତ୍ର ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରଦାର: ଚାଲିଛି ମହୀଶୁର ପେଲେସ ସଦୃଶ ତୋରଣ ନିର୍ମାଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଭାନପୁର ଗ୍ରାମର ବାଲିପଡ଼ା ଠାରେ ୫୩ତମ ଶାରଦୀୟ ନବରାତ୍ର ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ଚାଲିଛି କାମ। କମିଟି ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି ପ୍ରସ୍ତୁତି। ଏଥିପାଇଁ ପୂଜା କମିଟି ସମେତ ବାଲିପଡ଼ା ବଣିକ ସଂଘର ସମସ୍ତ କର୍ମକର୍ତ୍ତା ଦିନ ରାତି ଏକ କରି ଦେଇଛନ୍ତି। ଗତ ୨୦୨୩ ସୁବର୍ଣ୍ଣ ଜୟନ୍ତୀ ପାଳିତ ହେବା ଠାରୁ ଏଇଠି ଦୀର୍ଘ ତିନିବର୍ଷ ହେଲା ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ପୂଜାରେ ନୂଆ ନୂଆ ଆକୃତିର ମେଢ କରି ଅଞ୍ଚଳରେ ଚର୍ଚ୍ଚାର ପରିଧିରେ ରହିଥାଏ ବାଲିପଡା ନବରାତ୍ରୀ ଦୁର୍ଗାପୂଜା। ଚଳିତ ବର୍ଷ ନର୍ଲା ବିଧାୟିକାଙ୍କ ଅନୁଦାନ ପାଣ୍ଠିରେ ଦୁର୍ଗା ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି। ବିଗତ ବର୍ଷ ମାନଙ୍କରେ ଏଠାକାର ଦୁର୍ଗା ପୂଜାରେ ଗୁଜୁରାଟର ସ୍ୱାମୀ ନାରାୟଣ ମନ୍ଦିର, ଭୁବନେଶ୍ୱରର ଶ୍ରୀରାମ ମନ୍ଦିର ମେଢ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମେଢ ପ୍ରଭୃତି ନିର୍ମିତ ହୋଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା। ଚଳିତ ବର୍ଷ କର୍ଣ୍ଣାଟକର ମହୀଶୂର ରାଜ ପ୍ରାସାଦ ସଦୃଶ ଭବ୍ୟ ତୋରଣର କାମ ଆରମ୍ଭ ହୋଇଛି। ପୂଜା ପରିଚାଳନା କମିଟିର ଉପଦେଷ୍ଠା ମୁଖ୍ୟ ପରେଶ କୁମାର ପଧାନ, ଉପାଧ୍ୟକ୍ଷ ତପନ ପଧାନ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଆଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ପାଣ୍ଠି ସଂଗ୍ରହ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ମନୋରଞ୍ଜନ ସମ୍ପାଦକ ରତିଲାଲ ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ, ବରିଷ୍ଠ ସଦସ୍ୟ ତୁମେଶ୍ଵର୍ ସାହୁ, ତନୁ ଚନ୍ଦନ, ପ୍ରଶାନ୍ତ ବାରିକ, ସମୀର ଗୌଡ, ଅମନ ସାହୁ, ଟିକେଶ୍ୱର ରଣା, ସୁଶାନ୍ତ ନାୟକ, ଡବଲୁ ସାହୁ, ବିଶ୍ଵ ବେହେରା, ତଥା ବଣିକ ସଂଘର ସମସ୍ତ ସଦସ୍ୟ ଓ ଭାନପୁର ଗ୍ରାମର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ଡେକରେସନ କାର୍ଯ୍ୟ ପରିଚାଳନା କରୁଥିବା ଜଣା ପଡିଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟ ବାଜା, ଘୁମୁରା, ସମ୍ପ୍ରଦା ବାଦ୍ୟ ସହିତ ଏକ ଭବ୍ୟ କଳସ ଯାତ୍ରା ହେବ। ‘ଅଞ୍ଚଳବାସୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆମ ଅନେକ ମନୋରଞ୍ଜନର କାର୍ଯ୍ୟକ୍ରମ ରଖିଛୁ। ସେଥି ମଧ୍ୟରୁ ଚୁନି ବଗର୍ତ୍ତି ଦଣ୍ଡ, ମିକ୍ସଚର କିଚକ ବଧ, ଝିଅ ରାମଲୀଳା, ମାଷ୍ଟର ମହିଳା ଦଣ୍ଡ, କୀର୍ତ୍ତନ ଧାରା, ପୁରୁଷ ମିକ୍ସଚର ରାମଲୀଳା ଏମିତି ପ୍ରତ୍ୟେକ ରାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି। ଅଞ୍ଚଳବାସୀ ମଧ୍ୟ ଆମକୁ ପରିଚାଳନାରେ ଭରପୁର ସହଯୋଗ କରୁଛନ୍ତି’ ବୋଲି ପୂଜା କମିଟି ଅଧ୍ୟକ୍ଷ୍ୟ ଅନ୍ତରାମ ମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.