ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ସଂଘର ଏକ ସାଂଗଠନିକ ବୈଠକ ଶନିବାର ଦହ୍ୟା ହାଇସ୍କୁଲ ପରିସରରେ ଜିଲ୍ଲା ସଂଘର ସଭାପତି ରଂଜୁ ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ବୀର ବିକ୍ରମ ପ୍ରଧାନ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଏକ୍ସ-କ୍ୟାଡର ଶିକ୍ଷକଙ୍କୁ କିପରି କ୍ୟାଡରଭୁକ୍ତ କରାଯିବ, ସେ ସମ୍ପର୍କରେ ସରକାରଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆସନ୍ତା ୨୧ ତାରିଖରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ।

ଏହି ଆନ୍ଦୋଳନରେ ତୃଣମୂଳ ସ୍ତରରୁ ସମସ୍ତ ଶିକ୍ଷକ ଯୋଗଦାନ କରିବା ସହିତ ଏକ୍ସ-କ୍ୟାଡର ଶିକ୍ଷକମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ମଧୁସୂଦନ ନାଏକ, ବୌଦ୍ଧ ବ୍ଲକ ସଭାପତି ସରୋଜ ପ୍ରଧାନ, କଣ୍ଟାମାଳ ସମ୍ପାଦକ କେଶବ ପ୍ରଧାନ, ଗିରିଶ ଦାସ, ପଙ୍କଜ କର୍ଣ୍ଣ ପ୍ରମୁଖ ଯୋଗଦାନ କରି ‘କର ବା ମର’ ନୀତିରେ ଲଢ଼େଇ କରିବାକୁ ମତ ପ୍ରକାଶ କରିଥିଲେ। ଶେଷରେ ଉମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.