ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ରୁପ୍ରାରୋଡର ବ୍ୟବସାୟୀ ମୁଲଚନ୍ଦ ଅଗ୍ରୱାଲଙ୍କ ବଡ ପୁଅ ସ୍ବର୍ଗତ ସୁବାସ ଜଣେ ଧାର୍ମିକ, ପରୋପକାରି ଓ ସୁପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗୁରୁବାର ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀ ତଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ବଡ ପୁଅ ସୋମେସ ମୁଖାଗ୍ନି ଦେଇଥିଲେ। ତାଙ୍କ ଅନ୍ତିମ ସଂସ୍କାରରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।





