ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ: ନର୍ଲାରେ ଆଶୀର୍ବାଦ ଦୀପ ଓ ସେବା ସଂକଳ୍ପ ଅଭିଯାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଜନ୍ମ ଦିନ ପାଳନ କରୁଛି ଦେଶ। ସରକାରୀ ସ୍ତରରେ ମଧ୍ୟ ଦେଶର ଜନପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହେଉଛି। ନର୍ଲା ମିଶନ ଶକ୍ତି ଓ ଆଇସିଡିଏସ ବିଭାଗ ତରଫରୁ ନର୍ଲାରେ ବ୍ଲକ ସ୍ତରୀୟ ଆଶୀର୍ବାଦ ଦୀପ ଓ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ ଓ ମିଶନ ଶକ୍ତିର ବ୍ଲକ ସଂଯୋଜିକା ସବିତା ସେଠୀଙ୍କ ନେତୃତ୍ୱରେ ପ୍ରଥମେ ସିଡିପିଓଙ୍କ କାର୍ଯ୍ୟାଳୟରେ ଜନପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉତ୍ସବ କେକ କାଟି ପାଳନ କରିଥିଲେ।

ଏଥିରେ ମିଶନ ଶକ୍ତି ନର୍ଲାର ସଭାନେତ୍ରୀ ସଙ୍ଗୀତା ଭୋଇ ଓ ସମ୍ପାଦିକା ବିନ୍ଦୁଲତା ସାମଲଙ୍କ ସମେତ ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀର ଅନେକ ମହିଳା ସାମିଲ ହୋଇ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଶତାଧିକ ଦୀପଜାଳି ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଜୀଙ୍କ ଦୀର୍ଘାୟୁ କାମନା କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ପ୍ରଥମ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଅତିଥି ଭାବରେ ବିଜେପିର ବରିଷ୍ଠ ନେତା ତଥା ନର୍ଲାର ପୂର୍ବତନ ସରପଞ୍ଚ, ସର୍ଗିଗୁଡ଼ା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ଯୋଗଦାନ କରି ମାନ୍ୟବର ମୋଦିଜୀଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବରେ ୨୫ ବର୍ଷରେ ତାଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବିଷୟରେ କହିବା ସହ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭୂୟସୀ ପ୍ରଶଂସା କରି ଦୀର୍ଘାୟୁ କାମନା କରିଥିଲେ।

ମିଶନ ଶକ୍ତି ନର୍ଲାର ମହିଳାମାନେ ଜଗନ୍ନାଥ ମନ୍ଦିର ପରିସରରେ ରଙ୍ଗୋଲି ଝୋଟି କରି ସେଥିରେ ମୋଦୀ ସରକାରଙ୍କ ଗରୀବ କଲ୍ୟାଣ ଅନ୍ନ ଯୋଜନା, ସୁଭଦ୍ରା ଯୋଜନା, ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି ଯୋଜନା, ଆବାସ ଓ ଗ୍ୟାସ ସଂଯୋଗୀ ଯୋଜନା, ସ୍ୱଚ୍ଛ ଭାରତ ମିଶନ ଯୋଜନା, ଓଡିଶାର ବିକାଶ ସଂସ୍କୃତି ସମ୍ମାନ, ଭିତ୍ତିଭୂମି ର ବିକାଶ ପ୍ରଭୃତି ଜନ ହିତକର ଯୋଜନା ଗୁଡିକ ରଙ୍ଗୋଲି ମାଧ୍ୟମରେ ପ୍ରଦର୍ଶିତ କରାଯାଇ ଯୋଜନା ଗୁଡିକ ଅଙ୍କିତ ରଙ୍ଗୋଲି ମଧ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ଦୀପ ଲଗାଯାଇଥିଲା। ସେହିଭଳି ନର୍ଲା ଏନଏସି ସ୍ତରୀୟ ଏହି କାର୍ଯ୍ୟକ୍ରମ ନର୍ଲାରୋଡ ଦୁର୍ଗା ମନ୍ଦିରରେ ଓ ନର୍ଲା ବସ୍ତି ମଧ୍ୟସ୍ଥ ଶିବ ମନ୍ଦିରରେ ମଧ୍ୟ ପାଳନ କରିଥିଲେ ମିଶନ ଶକ୍ତିର ମହିଳା ମାନେ।

ନର୍ଲାରୋଡ ମା ଦୁର୍ଗା ଙ୍କ ପୂଜାପାଠ ଓ ମାଳ ଅର୍ପଣ ପରେ ମନ୍ଦିର ମନ୍ଦିର ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନେ ଦୀପ ଲଗେଇ ଆଶୀର୍ବାଦ ଦୀପ ଓ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ତିନି ମନ୍ଦିରରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ନର୍ଲା ବିଡିଓ ତଥା ନର୍ଲା ଏନଏସି ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦୀପ ଦୀପ ପ୍ରଜ୍ଵଳନ କରି ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.