ତେରାପନ୍ତ ଯୁବକ ପରିଷଦ ଉତ୍କେଲା ପକ୍ଷରୁ ରକ୍ତଦାନ ଶିବିର: ୩୦ ୟୁନିଟ୍ ରକ୍ତ ସଂଗୃହୀତ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ଆନୁକୂଲ୍ୟରେ ତେରାପନ୍ତ ଯୁବକ ପରିଷଦ ଉତ୍କେଲା ଦ୍ୱାରା ବୃହତ ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ତ ଭବନରେ ଆୟୋଜିତ ହୋଇଛି। ତେରାପନ୍ତ ଯୁବକ ପରିଷଦ ସଭାପତି କୁଲଦୀପ ଜୈନ, ସେକ୍ରେଟେରୀ ରିଶବ ଜୈନ, ସଂଯୋଜକ ବର୍ଦ୍ଧମାନ ଜୈନଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଅତିଥି ଭାବରେ ଡ଼. ଆୟୁଷ ଗୋଏଲ, ଫାର୍ମାସିଷ୍ଟ ଅଶୋକ କୁମାର ପାତ୍ର ଏବଂ ଡ଼. ଇତିଶ୍ରୀ ପ୍ରଧାନ ଯୋଗଦାନ କରିଥିଲେ। ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟ ବୃନ୍ଦ ପୁର୍ଣ୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା। ବିଶ୍ୱର ସର୍ବ ବୃହତ ରକ୍ତଦାତା ସଂସ୍ଥା ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ତରଫରୁ ୧୭ ସେପ୍ଟେମ୍ବେର ୨୦୨୬ ଠାରୁ ୨୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଶିବିର ଆୟୋଜିତ ହେଉଛି। ଏଥିରେ ତେରାପନ୍ତ ଯୁବକ ପରିଷଦ ଉତ୍କେଲା ତରଫରୁ ୨୦ ସେପ୍ଟେମ୍ବର ୨୦୨୬ ରବିବାର ଦିନ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟ ଏବଂ ଜୈନ ସ୍ୱେତାମ୍ବର ତେରାପନ୍ତ ସଭା, ଜୈନ ସ୍ୱେତାମ୍ବର ତେରାପନ୍ଥ ମହିଳା ମଣ୍ଡଳ ସଦସ୍ୟଙ୍କ ସହଯୋଗ ଦେଖିବାକୁ ମିଳିଥିଲା। ଉତ୍କେଲାରେ ଆୟୋଜିତ ରକ୍ତଦାନ ଶିବିରରେ ମାଧବ ମାଝୀ, ନବରତ୍ନ ସ୍ବାମୀ, ପ୍ରଭୁ ସ୍ବାମୀ, ଭୂବନେ ସ୍ୱର୍ଣାଗ, ସୁମନ୍ତ ପ୍ରଧାନ, ବିଶ୍ଵ ପ୍ରଧାନ, ବିକାଶ ଚନ୍ଦ୍ର ଭୋଇ, ମୋନାଜ କୁମାର ପ୍ରଧାନ, ଚିରାଗ ଜୈନ, ରାହୁଲ ଜୈନ, ଇତିଶ୍ରୀ ପ୍ରଧାନ, ପ୍ରବୀଣ ଜୈନ, କିସନ ବେମାଲ, ବର୍ଦ୍ଧମାନ ଜୈନ, ସତୀଶ ଜୈନ, କ୍ଷୀରୋଦ ମାଝୀ, ଅରିହନ୍ତ ଜୈନ, ପ୍ୟାରିଲାଲ ମେହେର, ତନ୍ମୟ ପ୍ରଧାନ, ପ୍ରିତିଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ପବିତ୍ର ପ୍ରଧାନ, ଯୁଗଳ ମୁଦୁଲି, ଯୁଗେଶ ଜୈନ, ବିଦ୍ୟାଧର ଗୌଡ, ରିଶବ ଜୈନ, କୁଲଦୀପ ଜୈନ, କୁନୁ ସା, କମଲ ମେହେର, ମନ୍ସୁଖ୍ ଭାଇ ପ୍ରମୁଖ ରକ୍ତଦାନ କରିଥିବା ଜଣାପଡିଛି।






