ଜିନତା ମାଝୀଙ୍କ ଶାନ୍ତି ପ୍ରାଥନା ସଭା: ଯୋଗଦେଲେ ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଖଲିଆମୁଣ୍ଡା ଗ୍ରାମର ଜିନିତା ମାଝୀ ନାମକ ଜୈନିକ ଯୁବତୀ ନିଜ ପରିବାର ପୋଷଣ ପାଇଁ ସୁଦୂର ବାଙ୍ଗାଲୋରକୁ ହୋମ ନର୍ସିଙ୍ଗ କରିବା ପାଇଁ ଯାଇଥିଲେ। ହେଲେ ଗତ ଅଗଷ୍ଟ ୨୫ ତାରିଖରେ ନିଜର ବ୍ୟକ୍ତି ଗତ କାମ ପାଇଁ ନିଜର ଏକ ସାଙ୍ଗ ସହିତ ସନ୍ଧ୍ୟାରେ ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଖବର ପାଇ ନିଜର ସମ୍ପର୍କୀୟ କାକା ନୂଆ ଦିଲ୍ଲୀରୁ ବିମାନ ଯୋଗେ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ପୋଷ୍ଟମଟର୍ମ ପାଇଁ ଚେଷ୍ଟା କରିଥଲେ। ହେଲେ ବାଙ୍ଗାଲୋର ପୋଲିସ ସବୁ ତଥ୍ୟ ମାଗିବାରୁ କଳାହାଣ୍ଡି ଜିଲ୍ଲା ପୋଲିସ ସହଯୋଗ କରୁନଥିଲେ କିନ୍ତୁ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ଅଧକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା)ଙ୍କ ହସ୍ତକ୍ଷେପ କଲାପରେ ମଦନପୁର ରାମପୁର ପୋଲିସ ଏକ ମେଲ୍ କଲାପରେ ବାଙ୍ଗାଲୋର ପୋଲିସ ତୁରନ୍ତ ପୋଷ୍ଟ ମର୍ଟମ କରିବା ସହିତ ମୃତ ଶବକୁ ଆତ୍ମୀୟ କାକାଙ୍କୁ ହସ୍ତାନ୍ତର କରିଥିଲେ। ପରେ ବିମାନ ଯୋଗେ ଶବକୁ ଭୁବନେଶ୍ୱର ପହଁଚାଯାଇଥିଲା ଏବଂ ଭୁବନେଶ୍ୱରରୁ ଆମ୍ବୁଲାନସ ଯୋଗେ ନିଜ ଜନ୍ମ ମାଟି କଳାହାଣ୍ଡି ଜିଲ୍କାର ମଦନପୁର ରାମପୁର ବ୍ଲକର ଉର୍ଲାଦାନି ପଞ୍ଚାୟତ ଖଲିଆମୁଣ୍ଡା ଗ୍ରାମକୁ ନିଆଯାଇଥିଲା ଏବଂ ଶେଷକୃତ ସମ୍ପନ୍ନ କରାଯାଇଥିଲା।

ଶୋକାକୁଳ ପରିବେଷରରେ ରହିଥିବା ପରିବାରଙ୍କୁ ନର୍ଲା ବିଧାୟିକା ମନୋରମା ମହାନ୍ତି ଏବଂ ନର୍ଲା ବ୍ଲକ ଅଧକ୍ଷ ମୁନା ମହାନ୍ତି ସାନ୍ତ୍ୟନା ଦେବା ସହିତ କିଛି ଆର୍ଥିକ ସାହାଯ୍ୟ କରିବା ସହିତ ଶାନ୍ତି ପ୍ରାଥନା ଦିନ ଉପସ୍ଥିତ ରହି ଶୋକାକୁଳ ପରିବାରକୁ ଝିଅର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାଥନା କରିଥିଲେ। ଏହି ଶାନ୍ତି ପ୍ରାଥନାରେ ଅଂଚଳର ହଜାରେରୁ ଉର୍ଧ୍ଵ ଲୋକ ଉପସ୍ଥିତ ରହିଥିଲେ। ଏହି ଶାନ୍ତି ପ୍ରାର୍ଥନାରେ ଅଂଚଳର ବିଶିଷ୍ଟ ସମାଜସେବୀ ଅଭିରାମ ନନ୍ଦ ଉପସ୍ଥିତ ରହି ଶୋକାକୁଳ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.