ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବହୁ ପ୍ରସିଦ୍ଧ ଶାରଦୀୟ ନବରାତ୍ରି ଦୁର୍ଗା ପୂଜା ପାଇଁ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳଙ୍କ ସଭା ପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ପୂଜା ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ଶ୍ରୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରି ସମସ୍ତ ସଦସ୍ୟ ମାନଙ୍କୁ ଗଣପର୍ବ ନୂଆଖାଇର ଶୁଭେଚ୍ଛା ବାର୍ତ୍ତା ଦେଇ ସମସ୍ତଙ୍କ ମଙ୍ଗଳ ମନାସୀ ଥିଲେ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ନବରାତ୍ରୀ ଦୁର୍ଗାପୂଜାରେ ଘଟିଥିବା ଛୋଟିଆ ଛୋଟିଆ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇ ସେସବୁର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତେ ସଜାଗ ରହିବା ପାଇଁ ଗତବର୍ଷ ପରିଚାଳନା କମିଟିର ସାଧାରଣ ସମ୍ପାଦକ ବିମଲ କୁମାର କେଡିଆ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ଚଳିତ ବର୍ଷ ନବରାତ୍ରି ପୂଜା ପାଳନ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ବିମଲ କୁମାର କେଡିଆ, ଉପ ସଭାପତି ଭାବରେ ହମେଶ କୁମାର ଜୈନ, ସାଧାରଣ ସମ୍ପାଦକ ଭାବରେ ରାଜା ପରିଡା, ଅମର ରାଉତ, ନାରାୟଣ ମାଝୀ ଓ ଓମ୍ ପ୍ରକାଶ ପୁଝାରୀ ଏହି ତିନିଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବରେ, ବାବୁଲା ରାଉତ ଓ ବିନାୟକ ମହନ୍ତଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ସଙ୍କିର୍ତ୍ତନ ପଧାନ, ତୀର୍ଥ ବୁଦ୍ଧିଆ, କାହ୍ନୁ ମାଝୀ, ନିକୁଞ୍ଜ ଓଝା, କିଶୋର ନାଏକ,ଆଶିହ ରାଉତ, ରାଜା ଗଉଡ, ମନୋଜ ଅଗ୍ରୱାଲ, ବୁଲୁ ମିଶ୍ର, ସୁବୋଧ ନାଏକ, ଦୀପକ ଜେଠୁଅ. ପପା ସାମଲ, ସୋନୁ ଶବର ପ୍ରମୁଖଙ୍କୁ କମିଟିର ସଦସ୍ୟ ଭାବରେ ଦାଇତ୍ୱ ଅର୍ପଣ କରାଯାଇଥିଲା। ପୂର୍ବ ବର୍ଷ ଭଳି ନବରାତ୍ର ପୂଜା ଖୁବ ସୁନ୍ଦର ଭାବରେ କରାଯିବ। ବିଜୟା ଦଶମୀ ଦିନ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାରମ୍ବାର ହେଉଥିବା ଲଘୁଚାପ ଜନିତ ବର୍ଷାକୁ ଅନୁଧ୍ୟାନ କରି ଆଉ ଅନ୍ୟାନ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମ ରଖାଯିବ ବୋଲି ନବ ନିର୍ବାଚିତ ସଭାପତି ବିମଲ କୁମାର କେଡିଆ ସୂଚନା ଦେଇଛନ୍ତି।





