ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ଗାଁର ଗିରି ଗୋବର୍ଦ୍ଧନ ମନ୍ଦିର ପରିସରରେ ବାରପାଲି ଯାଦବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩୬ତମ ଗିରି ଗୋବର୍ଦ୍ଧନ ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗିରି ଗୋବର୍ଦ୍ଧନ ପୂଜା ଅବସରରେ ନଭେମ୍ବର ମାସ ୯ ତାରିଖ କଳସ ଯାତ୍ରା ତଥା ୧୦ରୁ ୧୩ ତାରିଖ ଯାଏ ୨୪ ପ୍ରହର ନାମଯଜ୍ଞ ଆୟୋଜନ ନେଇ ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା | ପୂଜା ଅବସରରେ ମୀନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଵ | ବୈଠକରେ ମନ୍ଦିର କମିଟି ସଭାପତି ମନୋହର ବାଗ ଅଧ୍ୟକ୍ଷତା କରିଥିଲେ | ଉପସଭାପତି ନିତେଇନନ୍ଦ ମହାକୁର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ସମ୍ପାଦକ ସଂକୀର୍ତ୍ତନ ବଗର୍ତ୍ତୀ ସଭା ସଂଯୋଜନା କରିଥିଲେ | ସଭ୍ୟ ନରୋତ୍ତମ ବଗର୍ତ୍ତୀ, କବିରାଜ ବାଗ, ମକରନ୍ଦ ବକୁଲ, ପର୍ଶୁରାମ ବଗର୍ତ୍ତୀ, ସୀତାରାମ ବାଗ, ରୋହିତ ବାଗ, ଋଷି ମହାକୁର, ବୈଜନାଥ ପୋଢ଼, ମାୟାଧର ବାଗ, ଇନ୍ଦ୍ରମଣି ମହାକୁର, ପଦ୍ମନ ବାଗ, ଦେବରାଜ ବକୁଲ, ଦିଗାମ୍ବର ମହାକୁର, ଗୋପୀନାଥ ବାଗ, ଗୋବିନ୍ଦ ବାଗ, ଡିଙ୍ଗର ବାଗ, ବିଦ୍ୟାଧର ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ କୋଷାଧକ୍ଷ ପ୍ରହ୍ଲାଦ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ |





