ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଡୁକେରଚଚରା ସ୍ଥିତ ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜାର ପ୍ରସ୍ତୁତି ବୈଠକ ଅସ୍ଥାୟୀ ସଭାପତି ହୃଷିକେଶ ରାଜପଲିଆଙ୍କ ସଭାପତିତ୍ବ ତଥା ସାମାଜିକ କର୍ମୀ ଅନ୍ତର୍ଯ୍ୟାମୀ ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୯ରୁ ୧୧ ଯାଏ ଅନୁଷ୍ଠିତ ହେବାକୁ ଥିବା ପୂଜା ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ହେବା ନେଇ ପ୍ରସ୍ତାବ ପାରିତ ହୋଇଥିଲା ଏହି ଅବସରରେ ନୂତନ ପଞ୍ଚାୟତ କମିଟି ଗଠିତ ହୋଇଥିଲା। ଯାଦବ ମହାସଭା ଜିଲ୍ଲା ଉପସଭାପତି ବିଜୟ ବିଶି ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ। ଅଜାମ୍ବିଳ ଘିଭେଲା ସଭାପତି, ପୁରନ୍ଦର ବଗର୍ତ୍ତୀ ଉପସଭାପତି, ଦୟାନିଧି ରାଜପଲିଆ ସମ୍ପାଦକ, କହ୍ନେଇ ପୋଢ଼ ସହସମ୍ପାଦକ, ସାଧୁ ଘିଭେଲା କୋଷାଧକ୍ଷ ଏବଂ ଗୋପବନ୍ଧୁ ବଗର୍ତ୍ତୀ, ପ୍ରସନ୍ନ ଦୀପ, ଅପରାଧୀ ଘିଭେଲା, ଦିଲ୍ଲୀପ ସୁନାନୀ, ଗଜିନ୍ଦ୍ର ବାଗ, ଭଜମନ ଘିଭେଲା ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ମହାଦେବ ସୁନାନୀ, ଚକ୍ରଧର ବଗର୍ତ୍ତୀ, ରଞ୍ଜିତ ଭାଟି, ଧର୍ମୁ ବଗର୍ତ୍ତୀ, ତନବୋଧ ମହାକୁର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ପୁରନ୍ଦର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।





