ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମଞ୍ଚରେ ମୁଖ୍ୟମନ୍ତ୍ରୀ ଦ୍ବାରା ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ଆଲୁମିନା କମିଟି ଭାବରେ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଥିବାରୁ ଗ୍ରାମବାସୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ,ସହ ଶିକ୍ଷକ ସୁଜିତ କୁମାର ସାହୁ ତମାମ ଶିକ୍ଷକ ଙ୍କୁ ଶିଶୁ ଦିବସ ଅବସରରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନଗର ପରିକ୍ରମା କରିଥିଲେ। ଗ୍ରାମ ର ମାଁ ଲଙ୍କେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା କରି ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରିଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ତଥା ପୂର୍ବତନ ଜୟପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ଉପାଧ୍ୟକ୍ଷ ପ୍ରତିନିଧି ଲାବାଣ୍ୟ ବାଣୁଆ, ପୂର୍ବତନ ବିଦ୍ୟାଳୟ ସଭାପତି ଉମାଶଙ୍କର ଦୀପ, ଆଲୁମିନା କମିଟି ର ଅଧ୍ୟକ୍ଷ ଅରବିନ୍ଦ ଶର୍ମା, ବିଦ୍ୟାଳୟ ର ସଭାପତି ଜୟରାମ ବାଗ ମଞ୍ଚାସୀନ ରହିଥିଲେ। ଏହି ପରିପ୍ରେକ୍ଷୀରେ ଜୟପାଟଣା ଗୋଷ୍ଠୀ କାର୍ଯ୍ୟାଳୟ ତରଫରୁ ସହ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପଣ୍ଡା, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପ୍ରମୋଦ କୁମାର ଠାକୁର ଅତିଥି ଙ୍କୁ ଗ୍ରାମବାସୀ ପାଛୋଟି ନେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ତମାମ କାର୍ଯ୍ୟକ୍ରମ କୁ ପୂର୍ବତନ ଛାତ୍ର ଦିପଚନ ସାହୁ ଚିନ୍ମୟ ପ୍ରଧାନୀ, ବୈଷ୍ଣବ ଦୁର୍ଗା, ଉଦ୍ଧବ ବାଗ, ପ୍ରମୁଖ ସହଯୋଗ କରିଥିଲେ।





