ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ୪୨ତମ ବାର୍ଷିକ କ୍ରୀଡାର ସମାରୋପ ଦିବସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଦ୍ବି ଦିବାସୀୟ ୪୨ ତମ ବାର୍ଷିକ କ୍ରୀଡାର ସମାରୋପ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସନାତନ ମହାରଣା, ସମ୍ମାନିତ ଅତିଥି ଶ୍ରୀ ଦୀନବନ୍ଧୁ ମୁଣ୍ଡ, ପରିଚାଳନା କମିଟିର ସଭାପତି ଶ୍ରୀ ମନୋଜ କୁମାର ମୁଣ୍ଡ, କୋଷାଧ୍ୟକ ଶ୍ରୀ ଦିଲ୍ଲୀପ ଚୌଧୁରୀ, ଉପ ସଭାପତି ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ପରିଚୟ ପ୍ରଦାନ କରିଥିଲେ ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ। ବାର୍ଷିକ କ୍ରୀଡାର ବୃତ୍ତ କଥନର ବିବରଣୀ ପ୍ରଦାନ କରିଥିଲେ କ୍ରୀଡା ପ୍ରମୁଖ ଲୀଳାମୟ ଦାସ। ମଞ୍ଚ ପରିଚାଳନା କରିଥିଲେ ସାଇ ଅଭିନବ ଦାସ ଓ ସୁମତି ମୁଣ୍ଡ। ଶୁକ୍ରବାର କିଛି କ୍ରୀଡା ହୋଇଥିଲା ଏବଂ ଶନିବାର ଅନ୍ୟ ଖେଳଗୁଡିକ ଅନୁଷ୍ଠିତ ହୋଇଥିଲା। ଅଭିଭାବକଙ୍କ ଶହେ ମିଟର ଦୌଡ଼ ଓ ଅଭିଭାବିକାଙ୍କ ସଂଗୀତ ଚୌକି ପ୍ରତିଯୋଗିତା ହୋଇଥିଲା।  କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଗଲା। ଅତିଥିଙ୍କ ଦ୍ୱାରା ଅଗ୍ନି ନିର୍ବାପିତ ଏବଂ ଧ୍ବଜା ଆରୋହଣ ହୋଇଥିଲା। ଧନ୍ୟବାଦ ଦେଇଥଲେ ଶ୍ରୀ ଦିଲ୍ଲୀପ ଚୌଧୁରୀ। କାର୍ଯ୍ୟକ୍ରମ ପରିଚାଳନାରେ ଗୁରଜୀ ଗୁରୁମା ଏବଂ ସେବକ ସେବିକା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.