କଣ୍ଡରେଇରେ ମାଁ ବୁଢି ବସ୍ତରେନଙ୍କ ଛତର ଯାତ୍ରା

ପଡିଲା ଶହ ଶହ ବଳି, ରକ୍ତ ରଞ୍ଜିତ ହେଲା ଶକ୍ତି ପିଠ

କର୍ଲାମୁଣ୍ଡା,୮/୧୦ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଡରେଇ ଠାରେ ଆଜି ମାଁ ବୁଢି ବସ୍ତରେନଙ୍କ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପିଠଟି ମାଁ ବସ୍ତରେନଙ୍କ ପିଠ ମାନଙ୍କ ମଧ୍ଯରୁ ଶ୍ରେଷ୍ଠ ହୋଇ ଥିବାରୁ ଏଥିରେ ସ୍ବତନ୍ତ୍ର ଧରଣର ପୂଜାର୍ଚ୍ଚନା ସହ ଶତାଧିକ ପୋଢ ଓ ବୋଦା ବଳି ଦିଆଯାଇଛି । ଯାହା ଫଳରେ ଉକ୍ତ ସ୍ଥାନ ରକ୍ତ ରଞ୍ଜିତ ହୋଇ ଉଠିଛି ।

Omkar Vasthu
Omkar Vasthu

କଣ୍ଡରେଇ ଗାଁ ସ୍ଥିତ ବସ୍ତରେନ ମନ୍ଦିର ତତକାଳିନ ମ.ରାମପୁର ଜମିଦାର ଦୂର୍ଗା ମାଧବ ସିଂଦେଓଙ୍କ ସମୟର କିର୍ତ୍ତୀ । ଜମିଦାର ମନ୍ଦିର ନିର୍ମାଣ କରିବା ସହ ରକ୍ଷଣା ବେକ୍ଷଣ କରିବା ପାଇଁ ୧୨ ଏକର ଜମି ପ୍ରଦାନ କରିଥିଲେ । ଦଶହରା ସମୟରେ ଦେବୀଙ୍କ ମୁଖ୍ୟ ଯାତ୍ରା ଅନୁଷ୍ଠିତ ହୁଏ ଓ ପିଠରେ ପୂଜାର୍ଚ୍ଚନା କରିବା ପାଇଁ ଆଖ ପାଖ ୪୪ ଖଣ୍ଡ ଗାଁର ଲୋକେ ସାମିଲ ହୋଇଥାନ୍ତି । ଏଥିରେ ଆଦିବାସୀ ମାନଙ୍କର ପ୍ରମୁଖ ଭୂମିକା ରହିଥାଏ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠାରେ ପୂଜା ପାଉଥିବା ବସ୍ତରେନ୍ ବା ବସ୍ତ୍ରେଣୀ ଦେବୀଙ୍କୁ ଅଷ୍ଟମୀ ତିଥିରୁ କାର୍ଣ୍ଣିଖୁଣ୍ଟି, କୁଶୁର୍ଲା ଅଙ୍ଗଦପଡା ଠାରୁ ଦେବୀଙ୍କ ଖଣ୍ଡା ଓ ଛତର ଉପବାସ ପୂଜା ପାଇଁ ବାଜା ସହ ମନ୍ଦିରଙ୍କୁ ଆସିଥାନ୍ତି ଓ ନବମୀ ତିଥିରେ ଛତରକୁ ପୂଜା କରାଯାଇଥାଏ । ଏହି ଦିନ ବସ୍ତରେନ, ଦ୍ବାରସନୀ, ବାବୁରା ଓ ବନ ମାଉଲି ନାମକ ଚାରି ଦେବୀ ୪ ଜଣ ଦିସାରିଙ୍କ ଶରିରରେ କାଲିସି  ଲାଗିଥାନ୍ତି  । ଦେବୀ ବଡ ପ୍ରତକ୍ଷା । ତାଙ୍କ ପାଖରେ ସନ୍ତାନ ସନ୍ତତିହିନାମାନେ ଗୁହାରୀ କରିଥାନ୍ତି ।ଦେବୀ ସେହି ଭକ୍ତ ମାନଙ୍କ ଗୁହାରୀ ସୁଣିବା ସହ କଣ୍ଟାର ଦୋଳି ଖେଳିଥାନ୍ତି। ତା’ପରେ ଦେବୀଙ୍କ ଛତର ଦ୍ବାରସନୀ ପୂଜାରୀଙ୍କ ଘରକୁ ଯାଇଥାଏ । ସେଠାରେ ଛତରକୁ ପୂଜା କରିବା ପରେ ଦେବୀଙ୍କ ଛତର ବିଭିନ୍ନ ଗାଁକୁ ଭ୍ରମଣ କରିବା ପାଇଁ ବାହାରି ଥାନ୍ତି  ।

ଏ ଅବସରରେ ଚଳିତ ବର୍ଷ ଢୋଳ, ନିସାନ ବାଜାର ତାଳେ ତାଳେ ମ.ରାମପୁର ବ୍ଲକର ଶ୍ରୀପାଲି, ନର୍ଲା ବ୍ଲକର ଶେରଗଡ ଗାଁକୁ ଯାଇ ଘର ଘର ବୁଲି ଭକ୍ତଙ୍କ ହାରି ଗୁହାରି ସୁଣିଥିଲେ ଏବଂ ଦଶମୀ ତିଥିରେ ପୂଜା କାର୍ଯ୍ଯ କରୁଥିବା ବିଭିନ୍ନ ସଂପ୍ରଦାୟର ଲୋକେ ଏକତ୍ର ହୋଇ ଦ୍ବାରସନୀ ଓ ବସ୍ତରେନ ମନ୍ଦିରକୁ ଆସି ପୂଜା କରିବା ପରେ ମାନସୀକ ଧାରିଙ୍କ ପୋଢ ଓ ବୋଦା ବଳି ଦିଆ ଜାଇଥାଏ । ଏଠାରେ ପୂଜା ପାଉଥିବା ଦେବୀ ଭାରି ପ୍ରତ୍ଯକ୍ଷା ଓ ତାଙ୍କ ପାଖରେ କରିଥିବା ସବୁ ମାନସିକ ପୁରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ଏବର୍ଷ ଏହି ପିଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

କର୍ଲାମୁଣ୍ଡାରୁ ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.