କୋଭିଡ୍-୧୯ : ସଚେତନ କଲା ବିଜୁ ଯୁବ ବାହିନୀ

କଳାହାଣ୍ଡି,୨୮/୩ : ଭବାନୀପାଟଣା ବିଜୁ ଯୁବ ବାହିନୀ ତରଫରୁ ଭବାନୀପାଟଣା ପୌରପାଳିକାରେ କରୋନା ଭୁତାଣୁ ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରାଯାଇଛି । ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀ ମାନେ ଭବାନୀପାଟଣା ସହରର ସମସ୍ତ କିରାନା ଦୋକାନ, ଫଳ ଦୋକାନ, ପନିପରିବା ସାମୁହିକ ବଜାର ପ୍ରମୁଖ ଯାଇ ଜନସାଧାରଣଙ୍କୁ ସାମାଜିକ ଦୂରତା ରଖି ସାମଗ୍ରୀ କିଣିବା ପାଇଁ ଅନୁରୋଧ କରିଥିଲେ । ସ୍ବେଚ୍ଛାସେବୀ ମାନେ ସମସ୍ତ ଦୋକାନ ଆଗରେ ଧଳା ଚୁନ ଜରିଆରେ ୧ମିଟର ବ୍ୟବଧାନରେ ଚିହ୍ନ ଦେଇ ସାମାଜିକ ଦୂରତା ରଖିବାକୁ ଦୋକାନୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ପଇସା ଲେଣ ଦେଣ କରୁଥିବା ରୁ ଦୋକାନୀ ଓ ଗ୍ରାହକଙ୍କୁ ଭଲ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ସାରା ବିଶ୍ବରେ ଆତଙ୍କ ରଚିଚାଲିଛି କରୋନା ଭାଇରସ । ଏହାକୁ ଆଖି ଆଗରେ ରଖି ଲକଡାଉନ ଘୋଷଣା ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡିଶାରେ ସ୍ଥିତି ଠିକ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୩ଜଣ ଚିହ୍ନଟ ହୋଇଛନ୍ତି । ଏଣୁ ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସମସ୍ତେ ସାମାଜିକ ଦୂରତ୍ୱ ରଖିବା ସହ ଲକ୍ ଡାଉନ ସମୟରେ ଘରେ ହିଁ ରହିବା ଉଚିତ ବୋଲି ସ୍ଵେଚ୍ଛାସେବୀ ମାନେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର,ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା, ରାକେଶ ଗହୀର, ମହମ୍ମଦ ଇସମାଇଲ, ରାଜେନ୍ଦ୍ର ବେହେରା, ଯତିନ ଦାସ, ମହମ୍ମଦ ମହସିନ, କାର୍ତ୍ତିକ ସାମଲ, ବିବେକ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.