ମାଗଣାରେ ମାସ୍କ ବାଣ୍ଟିଲା ପରୀ

● ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସହ ସମ୍ବାଦପତ୍ର ଅଫିସରେ ବିତରଣ କରାଗଲା ମାସ୍କ

ବାଲେଶ୍ଵର,୨୮/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ବର୍ତ୍ତମାନ ସାରା ବିଶ୍ବ ମହାମାରୀ କରୋନା ପାଇଁ ଚିନ୍ତିତ ହୋଇ ପଡ଼ିଛି। ଏହି ସମୟରେ କରୋନା ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ସମସ୍ତେ ମାସ୍କକୁ ମାଧ୍ୟମ କରିଛନ୍ତି। କିନ୍ତୁ ସ୍ଥାନୀୟ ବଜାରରେ ମାସ୍କର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ ଅଭା ପରିଲକ୍ଷିତ ହେଉଛି। ଅଥଚ ମାସ୍କର ଚାହିଦା ବଢିବାରେ ଲାଗିଛି। ଏହାର ଫାଇଦା ଉଠାବାକୁ ଚେଷ୍ଟା କରିଛନ୍ତି କିଛି ଅସାଧୁ ବ୍ୟବସାୟୀ। ସେମାନେ ବେଧଡକ ୧୦ ଟଙ୍କାର ମାସ୍କକୁ ୫୦ ରୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହା ଫଳରେ ଗରିବ ଅସହାୟ ଲୋକଟି ଖଣ୍ତିଏ ମାସ୍କ କିଣିବା ପାଇଁ ସକ୍ଷମ ହେଉ ନାହିଁ।

ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବରର ଅଗ୍ରଣୀ ସାଂସ୍କୃତିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରୀ’ ସହଯୋଗର ହାତ ବାଢାଇଛି। ଦୀର୍ଘ ୪ ଦିନ ଧରି ଏଠାରେ ତିଆରି ହୋଇଥିବା ମାସ୍କକୁ ‘ପରୀ’ର କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ବାଣ୍ଟିଥିବା ଜଣାପଡିଛି।

ପ୍ରଥମେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ଟିକଟ କାଉଣ୍ଟର୍ ପାଖରେ ମାସ୍କ ବଣ୍ଟନ କରାଯାଇଥିବା ବେଳେ ପରେ ବାଲେଶ୍ବର ପୌରପାଳିକାର ୨୯ ନଂ ୱାର୍ଡ଼ର ଆଦିବାସୀ ବସ୍ତି ଏବଂ ୨୮ ନଂ ୱାର୍ଡ଼ର ସୁଇପର୍ କଲୋନୀରେ ‘ପରୀ’ର କାର୍ଯ୍ୟକର୍ତ୍ତା ମାନେ ମାସ୍କ ବଣ୍ଟନ କରିଥିଲେ।

ପୂର୍ବରୁ ଘୋଷଣା କରାଯାଇଥିଲା ଯେଉଁମାନେ ଜରୁରୀ କାଳୀନ ସେବାରେ ଅଛନ୍ତି ସେମାନଙ୍କୁ ମଧ୍ୟ ପରୀ ଅନୁଷ୍ଠାନ ତରଫରୁ ବିନା ମୂଲ୍ୟରେ ମାସ୍କ ପ୍ରଦାନ କରାଯିବ। ସେଥିପାଇଁ ଆଜି ସର୍ବ ପ୍ରଥମେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ବାଲେଶ୍ବର କାର୍ଯ୍ୟାଳୟରେ ‘ସମ୍ବାଦ’ର ସମସ୍ତ କର୍ମକତ୍ତାର୍ଙ୍କୁ ମଧ୍ୟ ମାସ୍କ ପ୍ରଦାନ କରାଯାଇଥିଲା। ଆଜି ସୁଦ୍ଧା ୧୦,୦୦୦ରୁ ଅଧିକ ମାସ୍କ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ୨୦୦୦୦ ମାସ୍କ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ବସ୍ତି ବାସୀନ୍ଦା ଏବଂ ସମସ୍ତ ଜରୁରୀ କାଳୀନ ସେବାକାରୀଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ପରୀ କମିଟିର ଉପାଧ୍ୟକ୍ଷ ଧିରେନ ନାୟକ କହିଛନ୍ତି। ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଆମକୁ ବହୁ ଯାଗାରୁ ଫୋନ ଆସୁଛି ମାସ୍କ ପାଇଁ। ତେଣୁ ଆମେ ସମସ୍ତଙ୍କୁ ନିଶ୍ଚିତ ସହଯୋଗ କରିବୁ। ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ସେ।

ଏହି କାର୍ଯ୍ୟକ୍ରମରେ ‘ପରୀ’ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ,ପରୀର ଅଧ୍ୟକ୍ଷ ଆଶିଷ ଘୋଷ, ପରୀର ସଭାପତି ରଂଜିତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ଇତିକୃଷ୍ଣା ସ୍ବାଇଁ, ସ୍ବାଗତିକା ବାରିକ, ମୋନାଲିସା ପାଣିଗ୍ରାହୀ, କାମିନୀ ପରିଡ଼ା, ରାଜଲକ୍ଷ୍ମୀ ଚାଟ୍ଟାର୍ଜୀ, ପଦ୍ମିନୀ ଅଧିକାରୀ, ଗୌରି ଦାସ, ସସ୍ମିତା ବାରିକ, କବିତା ବେରା, କନକଲତା ବାରିକ, ହରପ୍ରିୟା ମଣ୍ତଳ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନ କରିଥିଲେ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.