ସହର ଭିତରେ ଲକଡାଉନ, ଗାଁରେ ଲକ୍ଷ୍ମଣ ରେଖା

ଗାଁ ମୁଣ୍ଡରେ ଜଗି ରହିଛନ୍ତି ଯୁବକ ସଂଘ

ବଲାଙ୍ଗିର,୩୦/୩ : ସହର ଶୂନ୍‌ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ ଥିଲେ ଗାଁ ଲୋକେ ବାହାରକୁ ଯିବେ ବୋଲି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଗ୍ରାମବାସୀ। ସଦର ବ୍ଲକ ଖୁଜେନପାଲି ପଞ୍ଚାୟତ ଅନ୍ତର୍ଗତ ଜନକଲ୍ୟାଣ ଯୁବକ ସଂଘ, କାଲସାଏପାଲି ର ଯୁବକମାନେ ଏହି ଲକ୍‌ଡାଉନ୍‌ ପଦକ୍ଷେପ ନେଇଛନ୍ତି। ବାହାର ଲୋକଙ୍କ ଗାଁକୁ ପ୍ରବେଶ କରାଇ ନ ଦେବା ପାଇଁ ବାଉଁଶରେ ଫାଟକ ତିଆରି କରିଛନ୍ତି ଓ ପ୍ରତିଦିନ ଯୁବକମାନେ ପାଳି କରି ଫାଟକରେ ରହିବା ପାଇଁ ନିଷ୍ପତ୍ତି ହୋଇଛି ଏଥିସହିତ ସାବୁନ୍‌ ତଥା ସାନିଟାଇଜର୍‌ରେ ଗ୍ରାମବାସୀ ହାତ ଧୋଉଛନ୍ତି। ଜରୁରୀ କାର୍ଯ୍ୟରେ ଯାଇଥିବା ଲୋକେ ଗ୍ରାମରେ ପଶିବା ପୂର୍ବରୁ ସାବୁନରେ ହାତଧୋଇ ପଶିବାକୁ ସଚେତନ କରାଯାଉଛି। ଏହା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକାଯାଇ ପାରିବ ବୋଲି ସରପଞ୍ଚ ସତ୍ୟବାନ ସାହୁ ଓ ସାମାଜିକ କର୍ମୀ ବିନୋଦ କାଲସାଏ ଉପସ୍ଥିତ ରହି କହିଛନ୍ତି।

ଏଥିରେ ସହଯୋଗ କରୁଛନ୍ତି ଶୁଭମ ମହାପାତ୍ର, ଆଶିଷ କାଲସାଏ, ସୁଶାନ୍ତ କାଲସାଏ, ଅନୁପ କାଲସାଏ, ଶ୍ରୀକାନ୍ତ କାଲସାଏ, ମକାରୁ କାଲସାଏ, ସିନ୍ଦୂର ବକୁଳ, ଦେବାଶିଷ କାଲସାଏ, ବୁଲୁ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ରାହାସ କାଲସାଏ, କରୁଣାକର ମହାପାତ୍ର, ଜିତୁ ଷାଣ୍ଡ, ଭଗବାନ କାଲସାଏ, ପ୍ରଶାନ୍ତ କାଲସାଏ, ମିଲୁ ବାଗ, ବରୁଣ କାଲସାଏ ଓ ଅନ୍ୟମାନେ ।

ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.