କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ, ପାଣି ବୋତଲ ବଣ୍ଟନ

କଳାହାଣ୍ଡି,୩୧/୩ : ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ହାତକୁ ଳନେଇ ଚର୍ଚ୍ଚାରେ ରହିଆସିଛନ୍ତି ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ ର ୧୯୯୮ ମାଟ୍ରିକ ବ୍ୟାଚ ର କିଛି ଦରଦୀ ଛାତ୍ର । ବିଶ୍ୱ ସଙ୍କଟରେ ଥିବା ମହାମାରୀ କୋରନା ଆତଂକରେ ଦେଶବ୍ୟାପୀ ୨୧ ଦିନିଆ ଲକ ଡାଉନ ଚାଲିଥିବା ବେଳେ କିଛି ସରକାରୀ କର୍ମଚାରୀ ଜନ ସଚେତନତା ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅହରହ କାର୍ଯ୍ୟରତ ଅବସ୍ଥାରେ ଦେଖିବାକୁ ମିଳୁଛି। ଏ ଭଳି ସ୍ଥିତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ର କିଛି ପୁରାତନ ଛାତ୍ର (୧୯୯୮ ମାଟ୍ରିକ ବ୍ୟାଚ) ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରିବା ସହ କରନା ସମ୍ପର୍କିତ ସଚେତନ ବାର୍ତ୍ତା ଦେଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ଥାନୀୟ ଅଂଚଳ ରେ କାର୍ଯ୍ୟରତ ଥିବା ମେଡିକାଲ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ପୋଲିସ କର୍ମଚାରୀ ଓ ପେଟ୍ରୋଲ ଫିଲ୍ଲିଙ୍ଗ ସେଣ୍ଟରର କର୍ମଚାରୀ ମାନଙ୍କୁ ପାଣି ବୋତଲ, ଗରମ ଚା ଓ ବିସ୍କୁଟି ବାଣ୍ଟୁଥିବା ନଜର କୁ ଆସିଛି। ଉକ୍ତ ଯୁବକ ମାନେ ବାରମ୍ବାର ହାତକୁ ସେନିଟାଇଜ କରିବା ସହ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରି ନିଜ ଘରେ ସୁରକ୍ଷିତ ଭାବେ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। କୌଣସି ପ୍ରକାର ପ୍ରଶାସନିକ ସହାୟତା ରାଶି କୁ ଅପେକ୍ଷା ନ କରି ନିଜସ୍ୱ ଖର୍ଚ୍ଚରେ ତହସିଲଦାର ସୟଦ ଇସାକ ମଦିନା ଙ୍କ ପରାମର୍ଶ ରେ ଏ ଭଳି ମହତ କାର୍ଯ୍ୟ କରୁଥିବା ଜଣା ପଡ଼ିଛି।

Udyog Nursery
Udyogi Nursery

ଦାମୋଦର ଉଚ୍ଚ ବିଦ୍ୟାଳୟର ୧୮୯୮ ମେଟ୍ରିକ୍ ବ୍ୟାଚର ଛାତ୍ର ଭିକାରୀ ସୁନା, ଯାଜ୍ଞସେନ ପଣ୍ଡା,ମନୋଜ ଦୀପ, ଅଜିତ ପାଠକ,ସୂର୍ଯ୍ୟମଣି ବାଗ, ରାଜେଶ ସାହୁ,ନମାନନ୍ଦ କୁମାର, ଲକ୍ଷ୍ମଣ ସ୍ଵାଇଁ, ପ୍ରତାପ ରଣା, ଅଜିତ କୁମାର ପଟ୍ଟନାୟକ, ବେଣୁ ମିଶ୍ର, ସମୀର ନାୟକ, ପିଣ୍ଟୁ ସହୁ ପ୍ରମୁଖ ଯୁବ ଗୋଷ୍ଠୀ ମାନେ ବିଭିନ୍ନ ସମୟରେ ଏ ଭଳି ସ୍ବେଚ୍ଛାସେବୀ କାର୍ଯ୍ୟ କରି ଆସୁଥିବାରୁ ସ୍ଥାନୀୟ ତହସିଲଦାର ଶ୍ରୀ ଯୁକ୍ତ ସୟଦ ଇସାକ ମଦିନା ଯୁବ ପିଢିଙ୍କୁ ସାଧୁବାଦ ଜଣେଇଛନ୍ତି। ଏ ପଟେ ଏହି ଯୁବ ବର୍ଗ ମ.ରାମପୁର ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ କରାଯାଇଥିବା ଆଇସଲେସନ ଗୃହ ଓ ଗରିବ ଅସହାୟ ମାନଙ୍କୁ ପଂଚାୟତ ତରଫ ରୁ ଦିଆ ଯାଉଥିବା ରନ୍ଧା ଖାଦ୍ୟ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିବା ଖବର ମିଳିଛି।ଯୁବ ଗୋଷ୍ଟି ର ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଯାଇଛି।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.