ଲକଡାଉନକୁ ନେଇ ଦିନକୁ ୪ଘଣ୍ଟା ଦୋକାନ ବଜାର ଖୋଲିବାକୁ ଜିଲ୍ଳା ପ୍ରଶାସନର ନିଷ୍ପତ୍ତି

ସକାଳ ୭ରୁ ୧୧ଟା ପରେ ଦୋକାନ ବଜାର ସବୁ ବନ୍ଦ, କେବଳ ମେଡିକଲ ଷ୍ଟୋର ହିଁ ରହିବ ଖୋଲା

ରାୟଗଡ,୧/୪ : ମହାମାରୀ କରୋନା (କୋଭିଡ-୧୯) ସଂକ୍ରମଣକୁ ବିଚ୍ଛିନ୍ନତା କରିବା ପାଇଁ ଗତ ମାର୍ଚ୍ଚ ୨୪ତାରିଖ ମଧ୍ୟରାତ୍ରରୁ ୨୧ଦିନ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ସରକାର । ରାୟଗଡ ସହରରେ ମଧ୍ୟ ଏହି ଲକଡାଉନ ନିମୟକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜରୁରୀକାଳନୀ ସେବା ଓ ଲୋକମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ନେବା ଆଣିବା ପାଇଁ ଘରୁ ବାହାରିବା ପାଇଁ ସକାଳ ୭ରୁ ସଂଧ୍ୟା ୬ଯାଏଁ ବ୍ୟବସ୍ଥା କରାଯାଇଥିଲା । ତେବେ ଲକଡାଉନ ଓ କ୍ୱାରନଟାଇନ ନିୟମ ପ୍ରକାରେ ସାମାଜିକ ଦୂରତା ରକ୍ଷା କରିବାରେ ଲୋକମାନଙ୍କ ମଧ୍ୟରେ ସହଯୋଗ ରହୁ ନ ଥିବା ବେଳେ ଖୋଲା ଯାଉଥିବା ରାସନ ଦୋକାନ ଠାରୁ ଆରମ୍ଭ କରି ପନିପରିବା ବଜାର, ମାଛ, ମାଂସ ଦୋକାନ ସବୁଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା । ତେଣୁ ପ୍ରଶାସନ ତରଫରୁ ଏହାକୁ କଡାକଡି କରାଯିବା ପାଇଁ ରାୟଗଡ ସହରରେ ୩୧ମାର୍ଚ୍ଚ ଠାରୁ ଆସନ୍ତା ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଦିନକୁ ୪ଘଂଟା (ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ) ଅତ୍ୟାବଶୀୟ ସାମଗ୍ରୀ ବିକ୍ର କରୁଥିବା ଦୋକାନ ବଜାରଗୁଡିକ ଖୋଲିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ପେଟ୍ରୋଲ ପମ୍ପ, ମେଡିକଲ ଷ୍ଟୋର, ଏଲପିଜି ଗ୍ୟାସ ଡେଲିଭରି, ହୋଟେଲଗୁଡିକରେ ପାର୍ସଲ ନେବା ବ୍ୟବସ୍ଥା ଆଦି ଖୋଲା ରହିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏହି ୪ଘଂଟା ମଧ୍ୟରେ ବିଶେଷ କରି କ୍ଷୀର ଦୋକାନ, ପରିବା ଦୋକାନ, ଗ୍ରୋସେରୀ ଦୋକାନ ଆଦି ଦୋକାନ ଖୋଲା ରଖିବାକୁ
କୁହାଯାଇଛି । ପୁଣି ପରବର୍ତୀ ନିର୍ଦ୍ଦେଶ ଯାଏଁ ଏହା ବଳବତର ରହିବ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.