କଳାହାଣ୍ଡି,୨/୪ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ହୋଇଛି । ଏହାର ସିଧା ପ୍ରଭାବ ଗରିବ ଖଟିଖିଆଙ୍କ ଉପରେ ପଡିଛି । ବାହାର ରାଜ୍ୟର କିଛି ଦିନମଜୁରିଆ ମ.ରାମପୁର ଚାରିଛକଠାରେ ଫଶୀ ରହିଥିବାବେଳେ ଏମାନଙ୍କୁ ଶୁଖିଲା ଖାଦ୍ୟ, ପନିପରିବା ସହ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଛନ୍ତି ଦୁର୍ଗମାଧବ ଉଚ୍ଚ ବିଦ୍ୟାପୀଠର ୧୯୯୮ ମାଟ୍ରିକ ବ୍ୟାଚ । ଏହି ଦୁଇ ପରିବାର ମହାରାଷ୍ଟ୍ର ନାଗପୁର ଅଂଚଳର ହୋଇଥିବ ବେଳେ ଏମାନେ ସମୁଦାୟ ୧୦ଜଣ ରହିଛନ୍ତି । ସେମାନଙ୍କ ଭିତରେ ବୃଦ୍ଧ ତଥା କୋମଳମତି ଶିଶୁମାନେ ମଧ୍ୟ ରହିଥିବା ଦେଖାଯାଇଛି । ଖବର ପାଇ ପ୍ରଶାସନ ମଧ୍ୟ ଏମାନଙ୍କ ପାଖରେ ପହଂଚିଥିବାବେଳେ ଆଜି ଏହି ଯୁବଗୋଷ୍ଠୀ ମଧ୍ୟ ବଢାଇଛନ୍ତି ସହଯୋଗର ହାତ ।

ଯୁବଗୋଷ୍ଠୀଙ୍କ ଏଭଳି ମାନବୀୟ କାମକୁ ତହସିଲଦାର ସୟଦ ଇସାକ ମଦିନା ସାଧୁବାଦ ଜଣାଇବା ସହିତ ଲକଡ଼ାଉନ ପର୍ଯ୍ୟନ୍ତ ଦୁଇଓଳି ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଓଁ ସାଇରାମ ସ୍ୱୟଂ ସହାୟକ ମହିଳା ଗୋଷ୍ଠି କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପଶୁପକ୍ଷୀଙ୍କୁ ମୋହନଗିରୀସ୍ଥିତ ଇ୬୪ ସିଆରପିଏଫ୍ ବାଟାଲିଅନ ତରଫରୁ ଏସଆଇ ମଦନ ଜୀଙ୍କ ନେତୃତ୍ୱରେ ମୋହନଗିରୀ ଅଂଚଳରେ ବୁଲାବଲି କରୁଥିବା ଗାଈ ଗୋରୁ, କୁକୁର, କାଉମାନଙ୍କୁ ଖାଦ୍ୟ ଦିଆଯାଇଥିବା ଦେଖାଯାଇଛି । ଏହି ଯୁବ ଗୋଷ୍ଠୀମାନେ ଆଜି ଗାଈ ଗୋରୁ, କୁକୁର, କାଉମାନଙ୍କୁ ମଧ୍ୟ ଖାଦ୍ୟ, ପାଣି ପିଇବାକୁ ଦେଇଥିବା ଜଣାଯାଇଛି । ଜନକଳ୍ୟାଣ କାର୍ଯ୍ୟ କରିଥିବା ଛାତ୍ର ମାନେ ହେଳେ ଯାଜ୍ଞସେନ ପଣ୍ଡା ,ଲକ୍ଷଣ ସ୍ୱାଇଁ, ଭିକାରୀ ସୁନା, ବ୍ରହ୍ମାନନ୍ଦ କୁମାର, ରାଜେଶ ସାହୁ, ଅଜିତ ପାଠକ, ମନୋଜ ଦେୀପ, ହେମନ୍ତ ମହାଖୁଡ଼, ବନମାଳୀ ମିଶ୍ର ପ୍ରମୁଖ ନିଜନିଜ ଖର୍ଚ୍ଚ ରେ ସମାଜର ମଙ୍ଗଳ ପାଇଁ ଅର୍ଥ ରାଶି ଉପଯୋଗ କରୁଥିବାରୁ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ମଦିନା ଏବଂ ବହୁ ବରିଷ୍ଠ ନାଗରିକ ଶୁଭେଛା ଜଣାଇଛନ୍ତି ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in






