କର୍ଲାମୁଣ୍ଡା,୨/୪ : ଗ୍ରାମାଞ୍ଚଳରେ କରୋନା ଭାଇରସକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ଅଧିନସ୍ଥ କଣ୍ଡରେଇ ଗାଁରେ ଥିବା ୧୮ ଟି ସ୍ବୟଂ ସହାୟକ ଗୋଷ୍ଠି ତଥା ଧରିତ୍ରୀ,ବସ୍ତ୍ରେଣୀ, ଜାନକି, ମାଁ କୁଶଲେଶ୍ବରୀ,ତାରୀଣୀ, ମାଁ ଗୌରୀ ହରିପ୍ରିୟା,ଗାୟତ୍ରୀ ସେହିପରି ଗୌନ୍ତିଆ ପଡା ର ମାଁ ଲକ୍ଷ୍ମି, ମାଁ ସିବାନୀ, ମାଁ ସିଂହ ବହିନୀ, ଚୋକାଡୋଳା, ମାଁ ସ୍ବରସତୀ, ମାଁ ବୃନ୍ଦାବତୀ, ତୁଳସୀ,ମାଁ ମଙ୍ଗଳା, ମାଁ ଗଜ ବାହିନୀ ଏବଂ ମାଁ ସନ୍ତୋଷୀ ସ୍ବୟଂ ସହାୟକ ଗୋଷ୍ଠିର ମହିଲା ମାନେ ଘର ଘର ବୁଲି ଲୋକଙ୍କୁ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରିଥିବା ସହ ଲୋଙ୍କୁ କରୋନା ଭାଇରସ ଉପରେ ସଚେତନ କରାଇଥିଲେ । ସ୍ୱୟଂ ସହାୟତା ଗୋଷ୍ଠୀର ଏଭଳି କାମକୁ ନେଇ ଗ୍ରାମର ବୁଦ୍ଧିଜୀବୀ ମହଳରେ ପ୍ରଶଂସା କରାଯାଇଛି ।
କର୍ଲାମୁଣ୍ଡାରୁ ବାଳକୁମାର ସାହୁଙ୍କ ରିପୋର୍ଟ OdiaBarta.in
________________________________________