ଦେଖ୍ ସୁନ୍ଦରୀ ଫଲସା ଫୁଲ୍

ବାସ ନଥିଲେବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ

Omkar Vasthu
Omkar Vasthu

ଋତୁ ରାଜ ବସନ୍ତର ଆଗମନ ସହ ପ୍ରକୃତି ରାଣୀ ସଜେଇ ହୁଏ ପଲାସ ଫୁଲର ଅପରୂପ ଆଭାରେ । ଗଛରେ ଥିବା ପେନ୍ଥା ପେନ୍ଥା ପଳାସ ପୁରା ପରିବେଶକୁ ରଙ୍ଗୀନ କରି ଗଢି ତୋଲିଥାଏ । ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପଳାସ ଫୁଲ ଯୋଗୁଁ ଏବେ ଏଭଲି ରଙ୍ଗିନ ଓ ମନୋଲୋଭା ପରିବେଶ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ । ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ ହୁଏ । ଜୀବନରେ ଭରିଯାଏ ଉଲ୍ଲାସ । ସଞ୍ଜ ହେଉ କି ସୁରୁଜ ଉଇଁ ଆସିଲାବେଳେ ପଳାସ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ । ଏଇ ପଳାସ ଫୁଲ ଓଡିଶାର ପଶ୍ଚିମାଞ୍ଚଳରେ ବେଶ୍ ଉପଲବ୍ଧ । ପ୍ରାକୃତିକ ରଙ୍ଗ ଭାବେ ଏହି ଫୁଲର ବ୍ୟାପକ ବଜାର ଅଛି । ତଥାପି ଏହା ଅଲୋଡା ହୋଇ ରହିଛି । ଫି ବଛର ଆଦର ନପାଇ ଚଇତର ଝରା ପତ୍ର ସାଥିରେ ଉଡି ଯାଉଚି ଶହ ଶହ ପଳାସ ଫୁଲ ।

Pearl dental clinic
Near Ashish Medical Store, Bhawanipatna

ପରମ୍ପରାରେ ପଳାସ ଫୁଲ

Udyog Nursery
Udyogi Nursery

ଚୈତ ମାସରେ ଏହାର ଆଦର କାହିଁକି କଣ । ଏହି ଫୁଲର ବାସ ନାହିଁ ସତ ଅଥଚ ଏହା ମା’ ମଙ୍ଗଳାଙ୍କ ପ୍ରିୟ । ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ପୁଣି ଦଣ୍ଡ ଯାତ୍ରାର ପୂଜାବିଧିରେ ଏହାର ବହୁଳ ବ୍ୟବହାର ବହୁଦିନରୁ ପ୍ରଚଲିତ । ତନ୍ତ୍ର ପରମ୍ପରାରେ ମଧ୍ଯ ପଳାସ ଫୁଲର ବହୁବିଧ ପ୍ରୟୋଗ ରହିଛି । ପଶ୍ଚିମ ଓଡିଶାର ଅନେକ ଜାଗାରେ ଚଇତ୍ର ମାସରେ ମଙ୍ଗଳବାରରେ ପଳାସ ଫୁଲର ଧନୁ ଧରି ପାଟମଙ୍ଗଲା ପୂଜା ଘେନିବାକୁ ବୁଲି ବାହାରନ୍ତି ଗାଁ ଗାଁ । କାଳେ କାଳେ ପଳାସ ଫୁଲର ଶୋଭା କବି ମନକୁ ବିଭୋର କରିଛି, ଭାବୁକ କରିଛି କବି ପ୍ରାଣ । ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣ୍ଣନା ରହିଛି । ଓଡ଼ିଆ କବିତାରେ କେତେବେଳେ ଏହା ପାଲଟିଛି ଉପମା, ପ୍ରତୀକ ଓ ଚିତ୍ରକଳ୍ପ । ପ୍ରାଚୀନ ଲୋକ ସାହିତ୍ୟରେ ବି ପଳାସ ଫୁଲକୁ ନେଇ ଅନେକ ଛନ୍ଦ, କବିତା, ଗୀତ, ଢଗ ଓ ବଲାଣୀ ରହିଛି । “ଦେଖ୍ ସୁନ୍ଦରୀ ଫଲସା ଫୁଲ୍” ….ଓ “ଦେଖେନ୍ ସୁନ୍ଦରୀ ଫଲସା ଫୁଲ୍….” ଢଗ ପଶ୍ଚିମ ଓଡିଶାରେ ବହୁ ପ୍ରଚଲିତ । ଲୋକ ବିଶ୍ୱାସ – ଶ୍ଵେତପଳାସ ଅଛି କି ନାହିଁ କାହାକୁ ଜଣାନାହିଁ । ହେଲେ ଏବେ ବି ଲୋକ ବିଶ୍ୱାସ ରହିଛି, ଶ୍ବେତ ପଳାସ ମୂଲ୍ଯ ବହୁ କୋଟି ଟଙ୍କା । ଏଥିପାଇଁ ପଶ୍ଚିମ ଓଡିଶାର ଅନେକ ଲୋକ ପଳାସ ଫୁଲ ଋତୁରେ ବାଉଳା ହୋଇ ଖୋଜି ବୁଲନ୍ତି ଧଳା ପଳାଶ ଫୁଲ । ଏହା ପ୍ରାପ୍ତ ହେଲେ କୁଆଡେ ଲାଘବ ହୁଏ ସକାଳ ଦୁଃଖ ଓ ଶୋକ । ଏହି ଶ୍ବେତ ପଳାସ ପାଇଁ ଫି ବଛର ବହୁ ଲୋକ ଠକାମିର ପଡି ସର୍ବସ୍ବାନ୍ତ ହେଉଛନ୍ତି । ହେଲେ ଏହାକୁ ନେଇ ଲୋକ ବିଶ୍ୱାସ ଜୀବନ୍ତ ରହିଛି ।

ଉପସ୍ଥାପନା :
ବିନୋଦ ପାଣ୍ଡେ
ବୀରମହାରାଜପୁର ପ୍ରତିନିଧି, ସୁବର୍ଣ୍ଣପୁର

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.