କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍ କୁ ନିଜ ପେନସନ ଟଙ୍କା ଦାନ କଲେ ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର ଜେନା

ବାଲେଶ୍ଵର , ୩/୪ : (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) ସମଗ୍ର ରାଜ୍ୟ ଲକ୍-ଡାଉନ ଅବସ୍ଥାରେ ଥିବାବେଳେ କରୋନାକୁ ନେଇ ଚିନ୍ତା ବଢିଛି ଜନସାଧାରଣଙ୍କ ଭିତରେ। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ କରୋନାର ଦୃଢ଼ ମୁକାବିଲା ପାଇଁ ସମୟକୁ ସମୟ ବିଭିନ୍ନ ପରାମର୍ଶ ଓ ବ୍ୟବସ୍ଥା କରୁଥିବା ଦେଖା ଯାଉଛି। ଭବିଷ୍ୟତକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନିଜେ ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ରାଜ୍ୟବାସୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଏହାକୁ ବିଭିନ୍ନ କର୍ପୋରେଟ୍ ହାଉସ, ଶିଳ୍ପସଂସ୍ଥା, ଧନାଢ୍ୟ ବ୍ୟକ୍ତି ବିଶେଷ, ଦଳର ବିଧାୟକ ଓ ମନ୍ତ୍ରୀମାନେ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି।

ଆଜିର ଦିନରେ ସମଗ୍ର ଦେଶ ୨୧ ଦିନ ପାଇଁ ତାଲାବନ୍ଦ କଟକଣା ଦେଇ ଗତି କରୁଛି। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଏପରି ଏକ ସାମାଜିକ ବିଚ୍ଛିନ୍ନତାର ଆବଶ୍ୟକତା ରହିଛି। ଏଇ ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତାର ଗତିବିଧିକୁ କ୍ରିୟାଶୀଳ ରଖିବା ଉଦ୍ଦେଶ୍ୟରେ ବାଲେଶ୍ଵର ର ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର ଜେନା ନିଜର ପେନସନ ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

ଗତ ନିର୍ବାଚନ ଫଳାଫଳ ଘୋଷଣା ମାସ ମଇ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ପେନସନ ବାବଦରେ ପାର୍ଲିଆମେଣ୍ଟ ପକ୍ଷରୁ ତାଙ୍କୁ ମିଳିଥିବା ସମୁଦାୟ ୨ ଲକ୍ଷ ୨୯ ହଜାର ୮୩୯ ଟଙ୍କାକୁ ସେ ଏକ ଚେକ୍ ମାଧ୍ୟମରେ ଜିଲ୍ଲା ଏମର୍ଜେନସି ଅଫିସକୁ ପଠାଇଛନ୍ତି।

ଏ ସମ୍ପର୍କରେ ଟୁଇଟ୍ କରି ଶ୍ରୀଜେନା ଲେଖିଛନ୍ତି ଯେ, କୋଭିଡ୍ ୧୯ ବିରୁଦ୍ଧରେ ଆମର ଏ ଲଢେଇରେ ମୋର ଏଇ ବିନମ୍ର ସହାୟତା ମାନବସମାଜକୁ କ୍ରିୟାଶୀଳ ରଖିବାରେ ଲାଗିପାରିବ ବୋଲି ଚିନ୍ତା କରି ଲୋକସଭାର ପୂର୍ବତନ ସଦସ୍ୟ ଭାବରେ ମୋତେ ଏଯାବତ ମିଳିଥିବା ଅର୍ଥରାଶିକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.