ଭୁବନେଶ୍ବର,୪/୪ : ଓଡିଶାରେ ଗୁରୁବାର ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିବାବେଳେ ଶୁକ୍ରବାର ଗୋଟିଏ ଦିନରେ ୧୫ ନୂଆ ରୋଗୀ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ବାକି ୧୮ ରୋଗୀ ଆଇସୋଲେସନ ୱାର୍ଡରେ ରହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରର ସୂର୍ଯ୍ୟନଗରରେ ଆକ୍ରାନ୍ତଙ୍କ ୭ଜଣ ସଂପର୍କିୟ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ବରର ବମିଖାଲରେ ୩ଜଣ, ଭଦ୍ରକରେ ୨ଜଣ, କଟକରେ ଜଣେ, ପୁରୀରେ ଜଣେ, ଯାଜପୁରରେ ଜଣେ ଓ ଭଦ୍ରକରେ ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମିତି ଗୋଟିଏ ଦିନରେ ୧୫ ନୂଆ ମାମଲା ଓ ପୂର୍ବରୁ୫ କୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ।
15 #COVID19 Positive cases confirmed in #Odisha Today.
7 close contacts of Suryanagar case (including wife, daughter and tenants)
3 persons of Bomikhal
1 case of Cuttack
1 case of Puri
1 case of Jajpur
2 cases of BhadrakTotal positive cases in #Odisha: 20
— I & PR Department, Odisha (@IPR_Odisha) April 3, 2020